Friday, July 17, 2026
26.9 C
Odisha

    ଗ୍ୟାଙ୍ଗଷ୍ଟାର ନୀତିଶ କୌଶଳଙ୍କୁ ଗିରଫ କଲା FBI ଏଜେନ୍ସି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆମେରିକାର ଭାରତୀୟ ଗ୍ୟାଙ୍ଗଷ୍ଟାରଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ସମୟରେ ଆମେରିକା ଏଜେନ୍ସି FBI ଜଗ୍ଗୁ ଭଗବାନପୁରିଆର ଗ୍ୟାଙ୍ଗଷ୍ଟାର ନୀତିଶ କୌଶଳ ଭର୍ମଣ୍ଟରୁ ଗିରଫ କରିଛି । କୌଶଳ ଦୁଇ ଦିନ ପୂର୍ବରୁ ନୀତିଶ କୌଶଳଙ୍କୁ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରଖାଯାଇଥିଲା ବୋଲି ଜଣାପଡିଛି । ଏବେ ଆମେରିକୀୟ ତଦନ୍ତକାରୀ ଏଜେନ୍ସି FBI ନୀତିଶ କୌଶଳକୁ ଗିରଫ କରିଛି । ନୀତିଶ କୌଶଳଙ୍କ ଗିରଫ ସମ୍ପର୍କରେ FBI ସୋସିଆଲ ମିଡିଆରେ ସୂଚନା ଦେଇଛି । ନୀତିଶ ଭାରତୀୟ ବାସିନ୍ଦା । ତାଙ୍କ ବିରୋଧରେ ଆମେରିକାରେ ହତ୍ୟା, ଅପହରଣ, ନିଶାଦ୍ରବ୍ୟ ଚାଲାଣ, ଦାଦାବଟି ଆଦାୟ କରିବା ଭଳି ଅନେକ ଅପରାଧ ରହିଛି ।

    FBIର ସୂଚନା ଅନୁଯାୟୀ, ନୀତିଶ କୌଶଳ ଏକ ଅନ୍ତର୍ଜାତୀୟ ଅପରାଧିକ ସଂଗଠନରେ ଜଡିତ । ଯାହା ହତ୍ୟା, ଅପହରଣ, ନିଶାଦ୍ରବ୍ୟ ଚାଲାଣ, ଦାଦାବଟି ଆଦାୟ, ଅସ୍ତ୍ରଶସ୍ତ୍ର ଚାଲାଣ, ଟଙ୍କା ଲଣ୍ଡରିଂ ଏବଂ ମଣିଷ ଚାଲାଣ ଭଳି ଅପରାଧ ସମ୍ପୃକ୍ତ । ଭାରତର ପଞ୍ଜାବରୁ ଜଗ୍ଗୁ ଭଗବାନପୁରିଆ ସଂଗଠିତ ଅପରାଧ ଗୋଷ୍ଠୀ ଆରମ୍ଭ ହୋଇଥିଲା । ଏହି ଗୋଷ୍ଠୀର ଅପରାଧୀମାନେ କାଲିଫର୍ନିଆର କେନ୍ଦ୍ରୀୟ ଜିଲ୍ଲା ଏବଂ ଅନ୍ୟତ୍ର ସକ୍ରିୟ ରହିଛନ୍ତି । ଏଥିସହ କୌଶଳ ଅନେକ ହିଂସାକାଣ୍ଡ ଭଳି ଅପରାଧରେ ସାମିଲ ଥିବା ଭଗବାନପୁରିଆ ଓସିଜି ପକ୍ଷରୁ ଅଭିଯୋଗ ହୋଇଛି । ଯେଉଁଥିରେ ଅପହରଣ ଏବଂ ଆକ୍ରମଣ ମଧ୍ୟ ସାମିଲ ରହିଛି । ଏବେ ନୀତିଶ କୌଶଳଙ୍କୁ ରକେଟିୟର ଦୁର୍ନୀତିଗ୍ରସ୍ତ ସଂଗଠନ ଆଇନ ଅନୁଯାୟୀ ଷଡ଼ଯନ୍ତ୍ର ଅଭିଯୋଗରେ ଆମେରିକାର ଭର୍ମଣ୍ଟରେ ଗିରଫ କରାଯାଇଛି । ହେଲେ ୨୦୨୬ ମସିହା ଜୁନ୍ ୨୫ ତାରିଖରେ କାଲିଫର୍ନିଆର ଲସ୍ ଆଞ୍ଜେଲସ୍ ସ୍ଥିତ ଯୁକ୍ତରାଷ୍ଟ୍ର ଜିଲ୍ଲା କୋର୍ଟ କୌଶଳଙ୍କ ଗିରଫ ପାଇଁ ଏକ ୱାରେଣ୍ଟ ଜାରି କରିଥିଲେ ।

    ଅନ୍ୟପଟେ ଏଫବିଆଇ କହିଛି ଯେ, ନୀତିଶ କୌଶଳଙ୍କ ଗିରଫଦାରୀ ପରେ ଏହି ସମ୍ପୂର୍ଣ୍ଣ ଅନ୍ତର୍ଜାତୀୟ ଅପରାଧୀ ନେଟୱାର୍କର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ଅନ୍ୟ ଗ୍ୟାଙ୍ଗ ସଦସ୍ୟମାନେ କେଉଁଠାରେ ସକ୍ରିୟ ଅଛନ୍ତି ଏବଂ ସେମାନଙ୍କର ନେଟୱାର୍କ କେଉଁ ଦେଶକୁ ବିସ୍ତାରିତ ତାହା ଜାଣିବା ପାଇଁ ଏଜେନ୍ସିଗୁଡ଼ିକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆମେରିକୀୟ ଏଜେନ୍ସିଗୁଡ଼ିକ କହିଛନ୍ତି ଯେ, ଭାରତୀୟ ବଂଶୋଦ୍ଭବ ସଂଗଠିତ ଅପରାଧ ସିଣ୍ଡିକେଟ୍ ବିରୋଧରେ ସେମାନଙ୍କର ଅଭିଯାନ ଜାରି ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.9 ° C
    26.9 °
    26.9 °
    83 %
    2.3kmh
    100 %
    Fri
    28 °
    Sat
    27 °
    Sun
    25 °
    Mon
    25 °
    Tue
    28 °

    ସମ୍ବନ୍ଧିତ