ଆଳି : କେନ୍ଦ୍ରାପଡ଼ା ଆଳିରେ ଚାଞ୍ଚଲ୍ୟ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଖଣ୍ଡିଆପାଟଣା ଗାଁରେ ଧନେଶ୍ୱର ରାଉତଙ୍କ ଘରୁ ଡକାୟତି ହୋଇଛି । ୧୨ଜଣ ଦୁର୍ବୁତ୍ତ ପଛପଟ କବାଟ ଦେଇ ଘର ଭିରକୁ ପଶିଥିଲେ । ପରେ ଘରଲୋକଙ୍କ ବେକରେ ମାରଣାସ୍ତ୍ର ଓ ବନ୍ଧୁକ ଲଗାଇ ସମସ୍ତଙ୍କୁ ଗୋଟିଏ ରୁମରେ ପୁରାଇ ଦେଇଥିଲେ । ପରେ ଘରେ ଥିବା ଆଲମିରା ଲକର ଭାଙ୍ଗି ସୁନା, ରୁପା, ଓ ନଗଦ ୯୫ହାଜର ଟଙ୍କା ଲୁଟିନେଇଛନ୍ତି । ଲୁଟ ହୋଇଥିବା ସୁନା ଓ ରୁପା ଅଳଙ୍କାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
