Thursday, March 26, 2026
33.1 C
Odisha

    ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

    ଆଗକୁ ପଢନ୍ତୁ

    ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା।
    କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ ଘରେ ଲଗାଇଲେ ଦୁର୍ଭାଗ୍ୟ ବଢ଼ିବା ସହ ଘରର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼େ। ଯେମିତି କି:

    ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ଭିତରେ ହେଉ କି ଏହାର ଆଖପାଖ ସ୍ଥାନରେ କୌଣସି କଣ୍ଟା ଜାତୀୟ ଗଛ ଲଗାଇବା ଠିକ୍‌ ନୁହେଁ। ଏହାଦ୍ୱାରା ପରିବାରରେ ଅଶାନ୍ତି ଦେଖାଯିବା ସହ ସଦସ୍ୟଙ୍କ ଭିତରେ ମତଭେଦ ବଢିଥାଏ ବୋଲି ବିଶ୍ୱାସ କରାଯାଏ।

    ଘର ଅଗଣାରେ ମେହେନ୍ଦି ଗଛ ଲଗାଇବା ବି ନକାରାତ୍ମକ ଊର୍ଜାର ସଞ୍ଚାର କରିଥାଏ। * ଘରେ କିମ୍ବା ଅଗଣାରେ ଲାଗିଥିବା କୌଣସି ଗଛ ଯଦି ଶୁଖିଯାଇଥାଏ ତା’ହେଲେ ତାକୁ କାଟି ବାହାରେ ଫୋପାଡିଦେବା ଦରକାର। କାରଣ ଏହା ଘରେ ଉଦାସୀର ପରିବେଶ ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ।

    ଅଶ୍ୱତ୍ଥ ଗଛକୁ ପୂଜା କରିବାର ବିଧି ଅନେକ ସ୍ଥାନରେ ଦେଖିବାକୁ ମିଳେ ସତ କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ଗଛକୁ ଘରେ କିମ୍ବା ଅଗଣାରେ ଲଗାଇବା ଠିକ୍‌ ନୁହେଁ। ଯଦି ଘରର କୌଣସି କାନ୍ଥରେ କିମ୍ବା ପାଚେରିରେ ଏହା ଉଠୁଥିବାର ଲକ୍ଷ୍ୟ କରନ୍ତି, ତୁରନ୍ତ ତାହାକୁ କାଟିଦେବା ଆବଶ୍ୟକ।

    ଘରେ କଇଁଆ ଗଛ ରହିବା ବି ଉଚିତ ନୁହେଁ। ଯେହେତୁ ଏହି ଗଛରେ ଦୁଷ୍ଟ ଶକ୍ତି ବାସ କରୁଥିବାର ବିଶ୍ୱାସ ରହିଛି, ତେଣୁ ଏହି ଗଛ ଘରେ କି ବାଡ଼ିରେ ରହିଲେ ପରିବାରରେ ଭୟର ବାତାବରଣ ସୃଷ୍ଟି ହୋଇଥାଏ।

    ପାମ୍‌ ଗଛ ଦେଖିବାକୁ ସୁନ୍ଦର ଲାଗେ ସତ କିନ୍ତୁ କଣ୍ଟା ଜାତୀୟ ପାମ୍‌ ଗଛକୁ ଘରେ ଲଗାଇଲେ
    ଆର୍ଥିକ ସ୍ଥିତି ବିଗିଡ଼ିଯାଏବୋଲି ବିଶ୍ୱାସ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.1 ° C
    33.1 °
    33.1 °
    31 %
    1.9kmh
    0 %
    Thu
    37 °
    Fri
    39 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ