Sunday, October 18, 2026
23.2 C
Odisha

    ଘରେ ମଶା ହେଉଛନ୍ତି କି, ଆପଣାନ୍ତୁ ଏହି ଘରୋଇ ଟିପ୍ସ

    ଆଗକୁ ପଢନ୍ତୁ

    ଏବେ ତ ବର୍ଷା ଦିନ ଆରମ୍ଭ ହୋଇଗଲା। ତେବେ ମଶାଙ୍କ ଉତ୍ପାତ ଅଧିକ ଦେଖାଯିବ। ତେଣୁ ଆସନ୍ତୁ ଜାଣିବା ମଶାଙ୍କୁ ଘରୁ କେମିତି ତଡିବା :-

    ଘରେ ନିମ୍ବପତ୍ରକୁ ବିଭିନ୍ନ ଭାବରେ ବ୍ୟବହାରକରି ମଶାଙ୍କୁ ବାହାର କରିହେବ। ଏହି ପତ୍ରକୁ ଘରେ ଆଣି ବିଭିନ୍ନ ସ୍ଥାନରେ କେବଳ ରଖିଦେଲେ ତା’ର ଗନ୍ଧରେ ମଶା ଆସିବେ ନାହିଁ।

    ଏହା ବ୍ୟତୀତ ଯଦି ପତ୍ରକୁ ଶୁଖାଇ ତା’ର ଧୂଆଁ ଘରର ସବୁଆଡ଼େ ଭଲଭାବରେ ଦିଆଯାଏ ତେବେ ମଶା କିଛି ସମୟ ପରେ ବାହାରିଯିବେ।

    ମଶା ଘଉଡ଼ାଇବା ପାଇଁ କର୍ପୂର ଓ ତେଜପତ୍ର ମଧ୍ୟ ବେଶ୍‌ ଉପଯୋଗୀ ହୋଇଥାଏ। ଏଥିପାଇଁ ପ୍ରଥମେ ଏକ ପାତ୍ରରେ ୫-୬ଟି ତେଜପତ୍ର ନିଅନ୍ତୁ। ସେଥିରେ କିଛି ଲବଙ୍ଗ, କର୍ପୂର ଓ ୨ଚାମଚ ସୋରିଷତେଲ ପକାନ୍ତୁ। ଏଥିରେ ନିଆଁ ଲଗାଇ ଧୂଆଁ କରନ୍ତୁ। ଏହି ଧୂଆଁକୁ ଘରର ସବୁଆଡ଼େ ବୁଲାଇ ଦିଅନ୍ତୁ। କିଛି ସମୟ ପରେ ମଶା ଘରୁ ବାହାରି ଯିବେ।

    ଏହା ବ୍ୟତୀତ ଘରର ଭିତର ତଥା ବାହାର ପରିବେଶ ସଫାକରିବା ଜରୁରୀ। ପରିବେଶ ଅପରିଷ୍କାର ହେଲେ ମଶା ସେମାନଙ୍କ ବଂଶବିସ୍ତାର କରିବାର ସୁଯୋଗ ପାଆନ୍ତି। ତେଣୁ ଘର ଭିତରେ କୌଣସି ସ୍ଥାନରେ ଅଳିଆ ଜମାକରନ୍ତୁ ନାହିଁ। ଏହା ସହ ସବୁ ଜିନିଷକୁ ଠିକ୍‌ ଭାବରେ ସଜାଇ ରଖନ୍ତୁ। ଘର ଚାରିପାଖରେ କୌଣସି ଅଳିଆ ଆବର୍ଜନା ପକାନ୍ତୁ ନାହିଁ।

    ଘରର କୌଣସି ସ୍ଥାନରେ ଯେପରି ପାଣି ଜମାହୋଇ ରହିବ ନାହିଁ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।

    କୌଣସି ଭଙ୍ଗା ପାତ୍ର ଅଥବା ଅଦରକାରୀ ଜିନିଷ ରଖନ୍ତୁ ନାହିଁ। ଏ ସବୁ ଭିତରେ ପାଣି ଜମାହୋଇ ରହିଲେ ମଶାଙ୍କ ସଂଖ୍ୟା ବୃଦ୍ଧି ହୋଇଥାଏ। ତେଣୁ ସଚେତନ ରହିବା ଜରୁରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ