Saturday, April 4, 2026
38.1 C
Odisha

    ଘରୋଇ କଳହ, ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ ଟାୱାର ଉପରେ ବସି ରହିଲେ ଯୁବକ

    ଆଗକୁ ପଢନ୍ତୁ

    ଗଞ୍ଜାମ : ପୁଅ ଡାକିଲା, ମୋବାଇଲ ଟାୱାର ଉପରୁ ଓହ୍ଲାଇ ଆସିଲେ ବାପା । ଚରମ ନିଷ୍ପତ୍ତିରୁ ଓହରିଲେ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଣ୍ଡିପୁର ଗାଁରେ ଘଟିଛି ଏହି ଘଟଣା । ଘରୋଇ କଳହରୁ ତଣ୍ଡିପୁରର ମଙ୍ଗଳା ନାଇକ ଗତକାଲି ରାତିରେ ଗାଁରେ ଥିବା ମୋବାଇଲ ଟାୱାର ଉପରକୁ ଚଢି ଯାଇଥିଲେ । ଡର ଥିଲା କାଳେ ତଳକୁ ଡେଇଁ ଜୀବନ ହାରିଦେବେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।

    ଜରଡ଼ା ଥାନା ପୋଲିସ ଟିମ୍ ସହିତ ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ମଙ୍ଗଳାଙ୍କୁ ଟାୱାରରୁ ଓହ୍ଲାଇବା ଉଦ୍ୟମ କରିଥିଲେ । ହେଲେ ସଫଳ ହୋଇନଥିଲେ । ରାତି ସାତରୁ ରାତି ବାର ଘଣ୍ଟା ପର୍ଯ୍ୟନ୍ତ ଗାଁରେ ଟାୱାର ନିକଟରେ ଜମିଥିଲା ଭିଡ଼ ।  ଏହି ସମୟରେ ଟାୱାର ପାଖକୁ ଆସି ବାପା ମଙ୍ଗଳା ନାଇକଙ୍କ ଡାକିଥିଲା ପୁଅ । ତଳକୁ ଓହ୍ଲାଇବା ଆସିବାକୁ କହିଥିଲା । ଆଉ ପୁଅର ସ୍ନେହ ବୋଳା ଡାକରେ ବାପା ମଙ୍ଗଳା ରାତି ୧୨ଟାରେ ମୋବାଇଲ ଟାୱାରରୁ ତଳକୁ ଓହ୍ଲାଇଥିଲେ । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ