Saturday, September 12, 2026
24 C
Odisha

    ଘର କାନ୍ଥରେ ଟାଙ୍ଗନ୍ତୁ ଏହି ସବୁ ପକ୍ଷୀଙ୍କ ଚିତ୍ର; କଟିବ ବାସ୍ତୁ ଦୋଷ!

    ଆଗକୁ ପଢନ୍ତୁ

    ସାଧାରଣତଃ ନିଜ ଘରକୁ ସଜାଇବା ପାଇଁ ନାନା ପ୍ରକାର ଚିତ୍ର ବ୍ୟବହାର କରିଥାଉ । ହେଲେ ଆପଣ ଜାଣନ୍ତି କାନ୍ଥରେ ଟଙ୍ଗା ଯାଇଥିବା ଗୋଟିଏ ଚିତ୍ର ଆପଣଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇପାରେ। ବାସ୍ତୁ ଶାସ୍ତ୍ରରେ ପ୍ରକୃତି ଓ ପକ୍ଷୀମାନଙ୍କୁ ସକାରାତ୍ମକ ଶକ୍ତିର ବହୁତ ବଡ଼ ଉତ୍ସ ମନାଯାଏ।

    ବାସ୍ତୁ ଅନୁସାରେ, ଘରେ ମୟୂର, ହଂସ, କପୋତ ପକ୍ଷୀଙ୍କ ଚିତ୍ର ଲଗାଇବା ଦ୍ୱାରା କେବଳ ନକାରାତ୍ମକ ଶକ୍ତି ଦୂର ହୁଏ ନାହିଁ, ବରଂ ସୁଖ, ସମୃଦ୍ଧି ଓ ଉନ୍ନତିର ଦ୍ୱାର ଖୋଲିଥାଏ। ତାହାହେଲେ ଆସନ୍ତୁ ଜାଣିବା ପକ୍ଷୀମାନଙ୍କର ବାସ୍ତୁରେ କ’ଣ ମହତ୍ତ୍ୱ ଅଛି? ସେଗୁଡ଼ିକୁ କେଉଁ କେଉଁ ଦିଗରେ ଲଗାଇବା ଉଚିତ?

    ପକ୍ଷୀମାନଙ୍କର ବାସ୍ତୁରେ କାହିଁକି ମହତ୍ତ୍ୱ ଅଛି?
    ବାସ୍ତୁ ଶାସ୍ତ୍ରରେ ପ୍ରକୃତି ସହ ଜଡ଼ିତ ଜୀନିଷକୁ ବିଶେଷ ମହତ୍ତ୍ୱ ଦିଆଯାଇଛି। ଗଛ-ଲତା, ଜଳ ସ୍ରୋତ, ପଶୁ ଓ ପକ୍ଷୀଙ୍କୁ ସକାରାତ୍ମକ ଶକ୍ତିର ବାହକ ମନାଯାଏ। ଏହି କାରଣରୁ ଅନେକ ପକ୍ଷୀଙ୍କ ଚିତ୍ର ଘରେ ଲଗାଇବାକୁ ପରାମର୍ଶ ଦିଆଯାଏ। ବିଶ୍ୱାସ ରହିଛି; ଏହି ଚିତ୍ରଗୁଡ଼ିକ ମାନସିକ ଶାନ୍ତି, ସୌଭାଗ୍ୟ ଓ ସମ୍ପର୍କରେ ମଧୁରତା ଆଣିବାରେ ସାହାଯ୍ୟ କରିଥାଏ।

    ମୟୂରର ଚିତ୍ର ସକାରାତ୍ମକ ଶକ୍ତି ବଢ଼ାଏ
    ମୟୂରକୁ ଭାରତୀୟ ସଂସ୍କୃତିରେ ବହୁତ ପବିତ୍ର ଓ ଶୁଭ ପକ୍ଷୀ ମନାଯାଇଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ମୟୂରର ଚିତ୍ର ଲଗାଇବା ଦ୍ୱାରା ସକାରାତ୍ମକ ଶକ୍ତିର ପ୍ରବାହ ବଢିଥାଏ। ଏହା ସୌନ୍ଦର‌୍ୟ୍ୟ, ସମ୍ମାନ ଓ ଖୁସିର ପ୍ରତୀକ ମନାଯାଏ। ବିଶେଷକରି ଡ୍ରଇଂ ରୁମ ବା ବୈଠକଖାନାରେ ମୟୂରର ଚିତ୍ର ଲଗାଇବା ଶୁଭ ମନାଯାଏ।

    ହଂସର ଚିତ୍ରରୁ ଆସେ ଶାନ୍ତି
    ହଂସକୁ ଜ୍ଞାନ, ପବିତ୍ର ଓ ବିବେକର ପ୍ରତୀକ ମନାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ହଂସର ଚିତ୍ର ଲଗାଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ତାଳମେଳ ଭଲ ରହିଥାଏ। ଅଧ୍ୟୟନ କକ୍ଷ ବା ପୂଜା ସ୍ଥାନ ପାଖରେ ହଂସର ଚିତ୍ର ଲଗାଇବା ଭଲ ମନାଯାଏ।

    ଶୁଆର ଚିତ୍ରରୁ ବଢ଼େ ସକାରାତ୍ମକତା
    ଶୁଆ ଖୁସି, ପ୍ରେମ ଓ ଭଲ ସମ୍ବାଦର ପ୍ରତୀକ ମନାଯାଏ। ମାନ୍ୟତା ଅଛି ଯେ ଘରେ ଶୁଆର ଚିତ୍ର ଲଗାଇବା ଦ୍ୱାରା ସମ୍ପର୍କରେ ମଧୁରତା ଆସେ। ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥାଏ। ଏହି ଚିତ୍ର ଘରର ଉତ୍ତର ବା ପୂର୍ବ ଦିଗରେ ଲଗାଯାଇବା ଉଚିତ ।

    କପୋତ ଯୋଡ଼ିର ବିଶେଷ ମହତ୍ତ୍ୱ
    ବାସ୍ତୁରେ କପୋତର ଯୋଡ଼ି ପ୍ରେମ, ବିଶ୍ୱାସ ଓ ପାରିବାରିକ ଏକତାର ପ୍ରତୀକ ମନାଯାଏ। ଦମ୍ପତିଙ୍କ ରୁମରେ କପୋତ ଯୋଡ଼ିର ଚିତ୍ର ଲଗାଇବା ଦ୍ୱାରା ବୈବାହିକ ଜୀବନରେ ପ୍ରେମ ଓ ସାମଞ୍ଜସ୍ୟ ବଢ଼ିବାର ମାନ୍ୟତା ଅଛି।

    ସାରସର ଚିତ୍ର ମଧ୍ୟ ଲାଭକାରୀ
    ସାରସ ପକ୍ଷୀକୁ ଦୀର୍ଘାୟୁ, ଧୈର‌୍ୟ୍ୟ ଓ ସଫଳତାର ପ୍ରତୀକ ମନାଯାଏ। ବାସ୍ତୁ ମାନ୍ୟତା ଅନୁସାରେ ଏହାର ଚିତ୍ର ଘରେ ଲଗାଇବା ଦ୍ୱାରା କ୍ୟାରିୟର ଓ ଜୀବନରେ ସ୍ଥିରତା ଆସିବାର ଆଶା କରାଯାଏ। କାର‌୍ୟ୍ୟସ୍ଥଳ ବା ଷ୍ଟଡି ରୁମରେ ସାରସର ଚିତ୍ର ଲଗାଇବା ଶୁଭ ମନାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    2.2kmh
    100 %
    Fri
    24 °
    Sat
    25 °
    Sun
    30 °
    Mon
    31 °
    Tue
    30 °

    ସମ୍ବନ୍ଧିତ