Sunday, October 4, 2026
24.3 C
Odisha

    ଘୁଞ୍ଚିଲା OTET ପରୀକ୍ଷା ତାରିଖ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଟିଇଟି ପରୀକ୍ଷାକୁ ନେଇ ଆଜି ଏକ ବଡ ଘୋଷଣା କରାଯାଇଛି। ଜୁନ୍ ୨୮ରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷା ତାରିଖା ଘୁଞ୍ଚିଲା। ଜୁଲାଇ ୫ ତାରିଖରେ ଓଟିଇଟି ପରୀକ୍ଷା ନେଇ ସୂଚନା ଜାରି ହୋଇଛି। ଆଡମିଟ୍ କାର୍ଡ ଡାଉନଲୋଡ୍ କରି ସାରିଥିଲେ, ଆଉ ଥରେ ଡାଉନଲୋଡ୍ ପାଇଁ ବାରଣ କରାଯାଇଛି। ୯ଟାରୁ ୧୧ଟା ୩୦ ପେପର-୧, ଅପରାହ୍ଣ ୨ଟାରୁ ୪ଟା ୩୦ ପେପର-୨ ପରୀକ୍ଷା ହେବ। ଜୁନ୍ ୨୮ରେ ଆରଆଇ, ଅମିନ ପରୀକ୍ଷା ପଡୁଥିବାରୁ ଦୁନ୍ଦ୍ୱ ସୃଷ୍ଟି ହୋଇଥିଲା।

    ସୂଚନାନୁଯାୟୀ, ଜୁନ୍ ୨୮ରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଏବଂ ଆରଆଇ, ଏଆରଆଇ, ଆଇସିଡିଏସ୍‌ ସୁପରଭାଇଜର, ଅମିନ ଏବଂ ଏସ୍‌ଏଫ୍‌ଏସ୍‌ ପଦ ନିମନ୍ତେ ନିଯୁକ୍ତି ପରୀକ୍ଷା ରହିଥିଲା। ଗୋଟିଏ ଦିନରେ ଦୁଇ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ଥିଲେ।
    ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ହେବାକୁ ଥିବା ଆରଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପରଭାଇଜର, ଅମିନ ଏବଂ ଏସଏଫଏସ ପଦ ପାଇଁ ନିଯୁକ୍ତି ପରୀକ୍ଷା ପୂର୍ବରୁ ଜୁନ୍‌ ୨୦ରେ ହେବାକୁ ସ୍ଥିର ହୋଇଥିଲା। ପ୍ରଶାସନିକ କାରଣରୁ ଏହାକୁ ୨୮କୁ ଘୁଞ୍ଚା ଯାଇଥିଲା। ଏହି ଘୋଷଣା ପରେ ଅନେକ ଆଶାୟୀ ଅସନ୍ତୋଷ ପ୍ରକାଶ କରିଥିଲେ। କାରଣ ସେହିଦିନ ଓଟିଇଟି ମଧ୍ୟ ଅନୁଷ୍ଠିତ ହେବାକୁ ଥିବାରୁ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀମାନେ ଚିନ୍ତାରେ ପଡ଼ିଥିଲେ। ପୂର୍ବରୁ ସେମାନେ ଦୀର୍ଘଦିନ ଧରି ଉଭୟ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇ ଆସୁଥିଲେ। ସେମାନଙ୍କ କହିବା ଅନୁସାରେ, ଓଟିଇଟି ଓ ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷା ଦୁଇଟି ଭିନ୍ନ କ୍ଷେତ୍ର ହୋଇଥିଲେ ମଧ୍ୟ ଅନେକ ଯୁବକଯୁବତୀ ନିଜ ଭବିଷ୍ୟତ ଗଢ଼ିବା ପାଇଁ ଉଭୟ ପରୀକ୍ଷା ଦେବା ନିମନ୍ତେ ଆବେଦନ କରିଥିଲେ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଏବଂ ଇମେଲ ମାଧ୍ୟମରେ ଅନେକ ଆଶାୟୀ ପରୀକ୍ଷା ସୂଚୀରେ ପରିବର୍ତ୍ତନ ଆଣିବାକୁ ଉଭୟ କର୍ତ୍ତୃପକ୍ଷଙ୍କୁ ଦାବି କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ