ବର୍ତ୍ତମାନ ସମୟରେ ସମସ୍ତେ ଚାହିଁଥାନ୍ତି ଯେ କିପରି ସୁନ୍ଦର ଦେଖାଯିବେ । ସୁନ୍ଦର ଦେଖାଯିବା ପାଇଁ ମଣିଷ କେତେ କ’ଣ କରିଥାଏ । ଫେସିଆଲ ପାଖରୁ ଆରମ୍ଭ କରି ହେୟାର କଲର ପର୍ଯ୍ୟନ୍ତ ସବୁକିଛି କରିଥାନ୍ତି । ଏଥି ସହ ଅଧିକାଂଶ ଲୋକେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ସମୟରେ ହେୟାର କଲର ଗୋଟିଏ ଫେସନ୍ ହୋଇଗଲାଣି । ଯାହାକୁ ଦେଖିବେ ସେମାନେ କିଛି ନା କିଛି ହେୟାର କଲର କରିଥିବେ । ହେୟାର କଲର ପାଇଁ ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିଥାନ୍ତି, ହେଲେ ଜାଣି ନଥାନ୍ତି ଯେ ହେୟାର କଲର କରିବା ଫଳରେ ଅନେକ ସମସ୍ୟା ଆସିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ସାମ୍ନାକୁ ଆସିଛି ଗୋଟିଏ ଫଳ, ଯାହାକୁ ଆପଣ ବହୁ ସହଜରେ ହେୟାର କଲର ପାଇଁ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଫଳର ନାମ କ’ଣ ?
ଏହି ଫଳର ନାମ ହେଉଛି ‘ବିଟ୍ ରୁଟ୍ ’। ବିଟ୍ ରୁଟ୍ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ବିଟ୍ ଖାଇବା ଦ୍ବାରା ଶରୀରରେ ରକ୍ତ ବଢ଼ିବାକୁ ଲାଗିଥାଏ ଏବଂ ଆଇରନ୍ ଅଭାବ ଦୂର ହୋଇଥାଏ । ବିଟକୁ କେବଳ ଖାଇବାର ବ୍ୟବହାର କରାଯାଏ ନାହିଁ ବରଂ ଅନେକ ସୈନ୍ଦର୍ଯ୍ୟ ଉତ୍ପାଦରେ ମଧ୍ୟ ବ୍ୟବହାର କରିପାରିବେ । ବିଟରୁ ଲିପ୍ ବାମ୍, କ୍ରିମ୍ ଏବଂ କେଶର ରଙ୍ଗ ପ୍ରସ୍ତୁତ କରାଯାଏ । ବଜାରରେ ମିଳୁଥିବା ରାସାୟନିକ ରଙ୍ଗ କେଶରେ ଲଗାଇବା ବଦଳରେ ବିଟରୁଟ୍ ରୁ ତିଆରି ପ୍ରାକୃତିକ ହେୟାର କଲର ଲଗାଇବା ବହୁତ ଭଲ ହୋଇଥାଏ । ବିଟ୍ ରୁଟ୍ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା କେଶକୁ ପ୍ରାକୃତିକ ବର୍ଗଣ୍ଡି କଲର ଦେଇଥାଏ । ବିଟ୍ ସାହାଯ୍ୟରେ କେଶକୁ ସହଜରେ କଲର କରାଯାଇପାରିବ । ତେବେ ଆପଣ ଜାଣନ୍ତୁ ଯେ କେଶରେ କିପରି ବିଟ୍ ରୁଟ୍ ଲଗାଇବେ ।
ପ୍ରଥମେ ଆପଣ ଗୋଟିଏ ବଡ଼ ବିଟ୍ ରୁଟ୍ ନେଇ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ । ସେଥିରୁ ଯେଉଁ ପେଷ୍ଟ ପ୍ରସ୍ତୁତ ହେବ ସେଥିରେ ୧ ଚାମଚ ନଡ଼ିଆ ତେଲ ମିଶାନ୍ତୁ । ଏହା ପରେ ଆପଣ ଏହି ପେଷ୍ଟକୁ ଗୋଟିଏ ବ୍ରଶ ସାହାଯ୍ୟରେ କେଶରେ ଲଗାନ୍ତୁ । ବିଟ୍ ରୁଟ କୁ ହେୟାର ପ୍ୟାକ୍ ପରି କେଶରେ ଲଗାଇବା ଉଚିତ୍ । ଏହାକୁ ଲଗାଇସାରିବା ପରେ ୧-୨ ଘଣ୍ଟା ଛାଡି ଦିଅନ୍ତୁ ଏବଂ ପରେ ପାଣିରେ କେଶକୁ ଧୋଇ ଦିଅନ୍ତୁ । ଶେଷରେ ଆପଣଙ୍କୁ ମନେ ରଖିବା ଉଚିତ୍ ଯେ କେଶକୁ ଗୋଟିଏ ଦିନ ପରେ ସାମ୍ପୁ କରିବା ଆବଶ୍ୟକ ।
ବିଟରୁଟ୍ କୁ ମାସ୍କ ଭାବରେ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଦୁଇ ଚାମଚ ବିଟ୍ ରୁଟ୍ ରସ ନିଅନ୍ତୁ ଏବଂ ସେଥିରେ ଗୋଟିଏ ଚାମଚ ଅଦା ରସ ସହିତ ଦୁଇ ଚାମଚ ଅଲିଭ୍ ଅଏଲ୍ ମିଶାନ୍ତୁ । ଏହା ପରେ ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ ଏବଂ କେଶର ମୂଳରେ ଭଲ ଭାବରେ ଲଗାଇ ଧୀରେ ଧୀରେ ମାଲିସ୍ କରନ୍ତୁ ।ଏହି ମାସ୍କକୁ ଲଗାଇ ୧-୨ ଘଣ୍ଟା ଛାଡି ଦିଅନ୍ତୁ । ସମୟ ସରିଗଲା ପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ ।
ବିଟ୍ ରୁଟ୍ କେଶ ପାଇଁ ଲାଭ ଦାୟକ ହୋଇଥାଏ କିନ୍ତୁ କିଛି ଲୋକଙ୍କୁ ଏହା ପ୍ରତି ଆଲର୍ଜି ହୋଇପାରେ । ତେଣୁ ଆପଣ ଏକ ପ୍ୟାଚ୍ ଟେଷ୍ଟ କରନ୍ତୁ ତା’ପରେ ଏହାକୁ କେଶରେ ଲଗାନ୍ତୁ ।