Wednesday, September 16, 2026
30.2 C
Odisha

    ପୁଣି ରାଉରକେଲା ଗୁଳିମାଡ଼ରେ ଯୁବକ ଗୁରୁତର, ICUରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ରାଉରକେଲା : ରାଉରକେଲାରେ ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ଗୁଳିକାଣ୍ଡ ଘଟିଛି । ଆହତ ଯୁବକ ହେଲେ ବିଜୟ ଲାକ୍ରା । ସେ କାର ଚଳାଇ ଯାଉଥିବା ବେଳେ ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ବିଜୟଙ୍କ ବେକରେ ଗୁଳି ବାଜିଛି । ନିଜ ପୁଅକୁ ଧରି କାର ଚଳାଇ ବିଜୟ ବୁଲିବାକୁ ଯାଇଥିଲେ । ଘରକୁ ଫେରିବା ବେଳେ ଘର ଠାରୁ ୧୦୦ ମିଟର ଦୂରରେ ଗୁଳିମାଡ଼ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି । ICUରେ ତାଙ୍କର ଚିକିତ୍ସା ଚାଲିଛି । ବିଜୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

    ସୂଚନା ଅନୁସାରେ ଗୁରୁତର ବିଜୟ ଲାକ୍ରା ଓ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ପୋଲିସ ଫେରାର ଦୁଇ ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଜନଗହଳିପୂର୍ଣ୍ଣ ଆବାସିକ ଅଞ୍ଚଳରେ ଗୁଳିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୁଆରମୁଣ୍ଡାର ମୂଳବାସିନ୍ଦା ବିଜୟ ଲାକ୍ରା ସେକ୍ଟର-୪, ଏ-୮୮ରେ ପରିବାର ସହ ରୁହନ୍ତି ।ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ବିଜୟ ନିଜ କାର୍‌ (ଓଡି୧୩୪ ଆର୍‌-୫୫୨୬)ରେ ପୁଅକୁ ଧରି ଘରକୁ ଫେରୁଥିଲେ। ସେକ୍ଟର-୪ ପୋଷ୍ଟ ଅଫିସ୍‌ ପାଖ ଏ -୩୦ ଆର୍‌ଏସ୍‌ପି କ୍ବାର୍ଟର୍ସ ଆଗରେ ମୋଟରସାଇକଲ୍‌ରେ ପିଛା କରୁଥିବା ଦୁଇଜଣ ଦୁର୍ବୃତ୍ତ ବିଜୟଙ୍କ କାର୍‌କୁ ଅତି ନିକଟରୁ ଗୁଳି ଚଳାଇଥିଲେ। ଗୁଳି କାର୍‌ର ଡାହାଣପାର୍ଶ୍ବ କାଚ ଫଟାଇ ବିଜୟଙ୍କ ବେକରେ ବାଜିଥିଲା। ସ୍ଥାନୀୟ ଲୋକେ ବିଜୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କାର୍‌ ଭିତରକୁ ଉଦ୍ଧାର କରି ଆଇଜିଏଚ୍‌ ପଠାଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଁଚି ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.2 ° C
    30.2 °
    30.2 °
    68 %
    1.2kmh
    57 %
    Wed
    30 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ