Wednesday, October 7, 2026
27.2 C
Odisha

    ଘୋଷଯାତ୍ରାର ତୃତୀୟ ଦିନରେ ଏକ ବଡ ଧରଣର ଅଘଟଣ : କ୍ଷୋଭ ପ୍ରକାଶ କଲେ ସେବାୟତ

    ଆଗକୁ ପଢନ୍ତୁ

    ପୁରୀ : ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ତୃତୀୟ ଦିନରେ ଏକ ବଡ ଧରଣର ଅଘଟଣ ଘଟିଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥାରୁଢ଼ ଶ୍ରୀ ବିଗ୍ରହଙ୍କୁ ଭକ୍ତଙ୍କ ଦର୍ଶନ ସମୟରେ ହଠାତ ଠେଲାପେଲା ପରିସ୍ଥିତି ସୃଷ୍ଟି କାରଣରୁ ଭକ୍ତ ତଳେ ପଡ଼ି ଆହତ ହେବା ସହ 3 ଜଣଙ୍କ ମୃତ୍ୟୁ ଘଟିଛି ।ଯାହାକୁ ନେଇ ପୋଲିସ ଓ ଜିଲ୍ଲା ପ୍ରଶାସନର ବ୍ୟବସ୍ଥାକୁ ସାଧାରଣରେ ଦାୟୀ କରାଯାଇଛି । ଆହତମାନେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବାବେଳେ ମୃତକଙ୍କ ବ୍ୟବଚ୍ଚେଦ କରାଯାଇଛି । ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ (୩୬), ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି (୭୮) ଏବଂ ବାଲିପାଟଣା ଅଞ୍ଚଳର ପ୍ରଭାତୀ ଦାସ ।

    ଏହି ଘଟଣା ସମ୍ପର୍କରେ ଜଣେ ବରିଷ୍ଠ ସେବାୟତ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ, ପ୍ରଶାସନର ଅପାରଗତା ଏହି ଦୁର୍ଘଟଣାର ମୁଖ୍ୟ କାରଣ। ଚଳିତ ରଥଯାତ୍ରାରେ ପୂର୍ବପେକ୍ଷା ଅତ୍ୟଧିକ ଲୋକ ଆସିଛନ୍ତି। ଏହାକୁ ପୋଲିସ ବାହିନୀ ନିୟନ୍ତ୍ରଣ କରିବା କଥା। ଲକ୍ଷଲକ୍ଷ ଲୋକ ସୁନାବେଶରେ ଆସୁଛନ୍ତି। କିନ୍ତୁ ଏପରି ଘଟଣା ଘଟୁନି। କିନ୍ତୁ ଆଜି ଦର୍ଶନ କରିବାକୁ ଆସି ଗୋଟିଏ ଯାଗାରେ ଆସି ରୁଣ୍ଡ ହେଲେ। ହେଲେ ପୋଲିସ ଏହାକୁ ନିୟନ୍ତ୍ରଣ କରିପାରୁନି। ସେ ଅଭିଯୋଗ କରିଛନ୍ତି ଯେ ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା, ଯାହା ଏପରି ଅଘଟଣକୁ ଡାକି ଆଣିଥିଲା।

    ମିଳିଥିବା ସୂଚନା ଅନଯାୟୀ ଶନିବାର ବିଳମ୍ବିତ ରାତିରେ ରଥାରୁଢ଼ ଶ୍ରୀ ବିଗ୍ରହଙ୍କ ଦର୍ଶନ ପାଇଁ ଅନେକ ଭକ୍ତ ଆସିଥିଲେ । ତେବେ ଠାକୁରଙ୍କ ପହୁଡ଼ ହୋଇଥିବାରୁ ଅନେକ ଭକ୍ତ ରଥ ସମ୍ମୁଖରେ ଶୋଇପଡ଼ିଥିଲେ । ଅପରପକ୍ଷରେ 2 ଟି ଗାଡ଼ିରେ ଚାର ମାଳ ଆସି ରଥ ରହିଥିଲା । ତେବେ ଭୋର୍‌ ପ୍ରାୟ 4 ଟା 20 ମିନିଟରେ ପହୁଡ଼ ଖୋଲା ହେଇଥିଲା । ଏହି ସମୟରେ ଦର୍ଶନ ପାଇ ଭକ୍ତମାନେ ରଥ ଆଡ଼କୁ ଚାଲି ଆସିଥିଲେ । ପୂର୍ବରୁ ସେଠାରେ ଥିବା ଲୋକ ଉଠି ଯିବାକୁ ଚେଷ୍ଟା କରିଥିଲେ । ତେବେ ଅସମ୍ଭାଳ ଭିଡ଼ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଠେଲାପେଲା ହୋଇଥିଲା କିଛି ଲୋକ ତଳେ ପଡ଼ି ଯାଇଥିଲେ । ତାଙ୍କ ଉପରେ ଲୋକ ଚଢ଼ି ଯାଇଥିଲେ ।

    ଅପରକ୍ଷରେ ଘଟଣା ସ୍ଥଳରେ ପୋଲିସ , ଓ ଆମ୍ବୁଲାନ୍ସ ନ ଥିବା ଲୋକ ଅଭିଯୋଗ କରିଛନ୍ତି। ଯାହାଫଳରେ ଆହତମାନଙ୍କୁ ପରିବାର ଲୋକ ଟେକି ଟେକି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ଏ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହଛନ୍ତି କି ଯେଉଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା, ସେଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ବ୍ୟବଚ୍ଛେଦ ପ୍ରକ୍ରିୟା ଚାଲିଛି, ରିପୋର୍ଟ ଆସିଲା ପରେ ହିଁ ପ୍ରକୃତ ତଥ୍ୟ ଜଣାପଡ଼ିବ । ଯେତେବେଳେ ମହାପ୍ରଭୁଙ୍କ ପହୁଡ଼ ଖୋଲାଗଲା ସେତେବେଳେ ନନ୍ଦିଘୋଷ ରଥ ଆଡ଼କୁ ପ୍ରବଳ ଭକ୍ତ ମାଡ଼ି ଆସିଲେ। ଫଳରେ ସେଠାରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ 9ଜଣ ବ୍ୟକ୍ତି ଆହତ ହୋଇଥିଲେ । ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହାତ 6 ଜଣଙ୍କ ଅବସ୍ଥା ସ୍ଥିର ରହିଛି ।

    ସେହିଭଳି ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି ଘଟଣା ସ୍ଥଳରେ ପୋଲିସ ନିୟୋଜିତ ଥିଲେ । ଘଟଣାର ତଦନ୍ତ କରାଯାଉଛି। ତେବେ ବର୍ତ୍ତମାନ ସ୍ଥିତି ଆୟତରେ ରହିଛି ।ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରୁଛନ୍ତି । ତେବେ ଖବର ପାଇ ପୋଲିସ ମହାନର୍ଦ୍ଦେଶକ ୱାଇ ବି ଖୁରାନିଆ ଓ ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ର ଅନୁଧ୍ୟାନ କରିଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ