Wednesday, February 4, 2026
30.1 C
Odisha

    ଚଣ୍ଡୀଗଡ଼ ସଚିବାଳୟ ଏବଂ ଦିଲ୍ଲୀର ସ୍କୁଲକୁ ବୋମା ଧମକ, ଯାଞ୍ଚ କରୁଛି ସୁରକ୍ଷା ଏଜେନ୍ସୀ

    ଆଗକୁ ପଢନ୍ତୁ

    ଦିଲ୍ଲୀ : ଚଣ୍ଡୀଗଡ଼ ଏବଂ ଦିଲ୍ଲୀର କେତେକ ସ୍ଥାନରେ ବୋମା ଧମକ । ବୋମା ଧମକ ମିଳିବା ପରେ ଭୟଭୀତ ଲୋକ । ସୁରକ୍ଷା ଏଜେନ୍ସୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରେ ମିଳିଥିବା ଧମକ ପରେ ସୁରକ୍ଷା ଏଜେନ୍ସୀ ଯାଞ୍ଚ କରୁଛି । ଚଣ୍ଡୀଗଡ଼ ହାଇ ସିକ୍ୟୁରଟି ସରକାରୀ ଅଞ୍ଚଳ ସ୍ଥିତ ହରିୟାଣା ସଚିବାଳୟର ଅଫିସିଆଲ ଇମେଲ ଆଇଡିରେ ଅଜଣା ଇମେଲ ଆସିଛି । ଇମେଲରେ ସଚିବାଳୟରେ ସମ୍ଭାବିତ ବିସ୍ଫୋରଣ ପାଇଁ ଚେତାବନୀ ଦିଆଯାଇଛି । ସୂଚନା ମିଳିବା ପରେ ଚଣ୍ଡୀଗଡ଼ ପୋଲିସ ସହିତ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ଏବଂ ସିଆଇଏସଏଫର ଯବାନ ଏବଂ ବୋମା ନିଷ୍କ୍ରିୟ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

    ସୁରକ୍ଷାକୁ ଦେଖି ସଚିବାଳୟର ପୁରା ବିଲିଡିଂକୁ ଖାଲି କରାଯାଇଥିଲା । କର୍ମଚାରୀମାନେ ବାହାରକୁ ଗଲା ପରେ ସୁରକ୍ଷା ଏଜେନ୍ସୀ ସଂପୂର୍ଣ୍ଣ ଯାଞ୍ଚ କରିଥିଲେ । ପ୍ରାରମ୍ଭିକ ଯାଞ୍ଚରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା ।
    ସେପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ବୋମା ଧମକ । ଦିଲ୍ଲୀର ଅନେକ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଆମିଟି ଏବଂ ବିର୍ଲା ବିଦ୍ୟା ନିକେତନ ସ୍କୁଲ ମଧ୍ୟ ବୋମା ଧମକ ମିଳିଛି । ସୂଚନା ମିଳିବା ପରେ ଦିଲ୍ଲୀ ପ୍ରଶାସନ ଏବଂ ସ୍ଥାନୀ ପ୍ରଶାସନ ଆଲର୍ଟ ହୋଇଛି ।
    ଧମକ ମିଳିବା ପରେ ସ୍କୁଲ ପରିସରକୁ ଖାଲି କରାଯାଇଛି । ପିଲାମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ବୋମା ନିଷ୍କ୍ରୟକାରୀ ଟିମ୍ ସ୍କୁଲରେ ସର୍ଚ୍ଚ ଅପରେସନ ଜାରି ରଖିଛି । ଯାଞ୍ଚ ପରେ ମଧ୍ୟରେ ସ୍କୁଲରେ କୌଣସି ବିସ୍ଫୋରକ ଜିନିଷ ମିଳିନଥିଲା । ଯାଞ୍ଚ ସମୟରେ ଲୋକମାନଙ୍କୁ ଶାନ୍ତି ରଖିବା ପାଇଁ ପୋଲିସ ଅପିଲ୍ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    20 %
    2.1kmh
    45 %
    Wed
    29 °
    Thu
    32 °
    Fri
    32 °
    Sat
    31 °
    Sun
    32 °

    ସମ୍ବନ୍ଧିତ