Sunday, July 19, 2026
23.9 C
Odisha

    ଭାରସାମ୍ୟ ହରାଇ ୫ରୁ ଊର୍ଦ୍ଧ୍ବ ଦୋକାନ ଉପରେ ଚଢିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଲୋକ

    ଆଗକୁ ପଢନ୍ତୁ

    ଜଳେଶ୍ବର : ଭାରସାମ୍ୟ ହରାଇ ୫ରୁ ଊର୍ଦ୍ଧ୍ବ ଦୋକାନ ଉପରେ ଚଢିଗଲା ହାଇୱା । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଲୋକ । ବାଲେଶ୍ବର ଜଳେଶ୍ବର – ଚନ୍ଦନେଶ୍ବର ମୁଖ୍ଯ ରାସ୍ତା ଚୌକି ଛକ ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ହାଇୱାଟି ଭାରସାମ୍ୟ ହରାଇ ଦୋକାନ ଗୁଡ଼ିକ ଉପରେ ଚଢିଯିବାରୁ ଚୁରମାର ହୋଇଯାଇଥିଲା ଦୋକାନ । ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଉତ୍ଯକ୍ତ ଲୋକେ ହାଇୱା କୁ ଅଟକାଇ ଭଙ୍ଗାରୁଜା କରିବା ସହ କ୍ଷତିପୂରଣ ଦାବି କରିଥିଲେ । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    91 %
    1.2kmh
    100 %
    Sun
    30 °
    Mon
    28 °
    Tue
    26 °
    Wed
    26 °
    Thu
    30 °

    ସମ୍ବନ୍ଧିତ