Monday, April 27, 2026
28.7 C
Odisha

    ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀମନ୍ଦିରରେ ନୀତିକାନ୍ତିରେ ବଡ ପରିବର୍ତ୍ତନ, ରାତିସାରା ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ

    ଆଗକୁ ପଢନ୍ତୁ

    ପୁରୀ : ଆସନ୍ତା ମାର୍ଚ୍ଚ ମାସ ୩ତାରିଖ ଦୋଳପୂର୍ଣ୍ନିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତିରେ ଦେଖାଦେବ ବଡ ପରିବର୍ତ୍ତନ । ଚଳିତବର୍ଷ ରାତିସାରା ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ। ଦିନ ବଦଳରେ ରାତିରେ ସୁନାଵେଶ ଓ ଦୋଳବେଦୀରେ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ।

    ଦୋଳପୂର୍ଣ୍ନିମା ଦିନ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ସଂଧ୍ୟା ୬ଟା ୪୭ ମିନିଟ୍ ୧୩ ସେକେଣ୍ଡରେ ସର୍ବମୋକ୍ଷ ହେବ ବୋଲି ପାଞ୍ଜିରେ ଉଲ୍ଲେଖ ରହିଛି । ଗ୍ରହଣ ସ୍ପର୍ଶ କରିବାର ପ୍ରାୟ ୯ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ କରାଯିବ । ସୂର୍ଯ୍ୟୋଦୟ ସକାଳ ୬ଟା୨୦ ପରେ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ବିଳମ୍ବିତ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ବାରଫିଟା ଯାଇ ମଙ୍ଗଳ ଆଳତି,ମଇଲମ,ତଡପଲାଗି ନୀତି ପରେ ସକାଳ ୬ଟା ସୁଦ୍ଧା ଅବକାଶ ନୀତି ଶେଷ କରାଯିବ । ଗ୍ରହଣ ସର୍ବମୋକ୍ଷ ପରେ ମହାପ୍ରଭୁଙ୍କ ସୁନାଵେଶ, ଦୋଳବେଦୀକୁ ଦିଅଁ ବିଜେ, ଭୋଗମଣ୍ଡପ ଆଦି ନୀତିକାନ୍ତି ଅନୁଷ୍ଠିତ ହେବ । ଏନେଇ ଆସନ୍ତା କାଲି ଅନୁଷ୍ଠିତ ହେବାକୁଥିବା ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    59 %
    2.9kmh
    10 %
    Sun
    30 °
    Mon
    43 °
    Tue
    44 °
    Wed
    44 °
    Thu
    42 °

    ସମ୍ବନ୍ଧିତ