Thursday, September 19, 2024
23 C
Odisha

    ଚମତ୍କାର କେଶ ପାଇଁ ଦହି

    ଆଗକୁ ପଢନ୍ତୁ

    ଅଧିକାଂଶ ଭାରତୀୟଙ୍କ ରୋଷେଇ ଘରେ ଦହି ନିହାତି ଭାବରେ ଉପଲବ୍ଧ ଥାଏ । ଏହି ଦହି କେବଳ ଯେ ଖାଦ୍ୟର ସ୍ଵାଦ ବଢାଇ ଆମ ସ୍ଵାସ୍ଥ୍ୟ ପାଇଁ ଉନ୍ନତ ଉପାଦାନ ଭାବେ ସହାୟକ ହୁଏ ତାହା ନୁହେଁ । ଏହା ତ୍ଵଚା ଏବଂ କେଶର ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଏକ ଉତ୍ତମ ଘରୋଇ ଉପଚାର ଭାବରେ କାମ କରିଥାଏ । ଘନ ଓ ଚମକଦାର କେଶ ପାଇବା ପାଇଁ ଦହିକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବା । ଭିନ୍ନ ଭିନ୍ନ ଉପାୟରେ ଦହିକୁ କେଶରେ ଲଗାଇବା ଫଳରେ କୋମଳ ଓ ମୁଲାୟମ କେଶ ପ୍ରାପ୍ତ ହୋଇଥାଏ । ତେବେ ଆଉ ଡେରି ନକରି ଚାଲନ୍ତୁ ଜାଣିବା କେଉଁ କେଉଁ ଉପାୟରେ ଆମେ ସୁନ୍ଦର କେଶ ପାଇଁ ଦହିକୁ ବ୍ୟବହାର କରି ପାରିବା ।

    ପ୍ରଥମ ଉପାୟ : ଦହି ଓ ମହୁ

    ଦହି ସବୁଠାରୁ ଉତ୍ତମ କନ୍ଡିଶନର ଭାବେ କେଶକୁ ସଫ୍ଟନେସ ପ୍ରଭାଇଡ କରିଥାଏ । ଏହାସହ ମହୁ ମଧ୍ୟ ଏକ ଚମତ୍କାରୀ ଉପାଦାନ ଭାବରେ କେଶପାଇଁ କାମ କରିଥାଏ । ସପ୍ତାହକୁ ଥରେ ସାମ୍ପୁ ପୂର୍ବରୁ ଦହି ଏବଂ ମହୁକୁ ୨:୧ ରେସିଓ ରେ ମିଶାଇ ସ୍କାଲ୍ପ ରେ ଏବଂ କେଶରେ ଭଲଭାବରେ ଲଗାନ୍ତୁ । ଏହାପରେ ଭଲଭାବରେ କେଶକୁ ଧୋଇ ନିଅନ୍ତୁ । ଭଲ ଫଳାଫଳ ପାଇବେ ।

    ଦ୍ଵିତୀୟ ଉପାୟ : ଦହି ଓ ଲେମ୍ବୁ –

    ଦହି ସହିତ ଲେମ୍ବୁ କୁ ମିଶାଇ ସ୍କାଲ୍ପ ଓ ଚୁଟିରେ ଭଲ ଭାବରେ ଲଗାନ୍ତୁ ଓ ଏହାକୁ କିଛି ସମୟ ରଖି କେଶକୁ ସଫା କରି ଦିଅନ୍ତୁ । ଲେମ୍ବୁ ରୁପି ଦୂର କରିବା ନିମନ୍ତେ ଏକ ଉତ୍ତମ ଉପାୟ ଭାବରେ କାମ କରିଥାଏ । ମାତ୍ର ଏହାକୁ ମୁଣ୍ଡରେ ଲଗାଇବା ପୂର୍ବରୁ ଏହାର ପରିମାଣ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ । ଦହିରେ ଅଧିକ ପରିମାଣର ଲେମ୍ବୁ ରସ ମିଶାଇବା ଦ୍ଵାରା ଏହା କେଶ ଉପରେ ଖରାପ ପ୍ରଭାବ ମଧ୍ୟ ପକାଇ ପାରେ । ତେଣୁ ଏହାକୁ କମ ପରିମାଣରେ ଏବ ଅଧିକ ବ୍ୟବଧାନରେ ବ୍ୟବହାର କରିବା ଆବଶ୍ୟକ ।

    ତୃତୀୟ ଉପାୟ : ଦହି ଓ ଅଣ୍ଡା

    ଦହି ଶକ୍ତ କେଶ ବୃଦ୍ଧିକୁ ପ୍ରୋତ୍ସାହିତ କରୁଥିବା ବେଳେ ଅଣ୍ଡା scalp କୁ ପୋଷଣ ଦେଇ କେଶ ମୂଳକୁ ମଜଭୁତ କରିଥାଏ । ଆପଣଙ୍କ କେଶର ଦୈର୍ଘ୍ୟ କୁ ଦୃଷ୍ଟିରେ ରଖି କିଛି ଦହିରେ ୧ ରୁ ୨ ଟି ଅଣ୍ଡାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ କେଶ ମୂଳ ଏବଂ କେଶରେ ଲଗାଇ ନିଅନ୍ତୁ । ପ୍ରାୟ ଏକ ରୁ ଦୁଇ ଘଣ୍ଟା ପରେ କେଶକୁ ଭଲ ଭାବରେ ସାମ୍ପୁ କରି ନିଅନ୍ତୁ । ସପ୍ତାହକୁ ଥରେ ଆପଣ ଏହି ଉପାୟ କୁ ଆପଣେଇ ପାରିବେ ।

    ଚତୁର୍ଥ ଉପାୟ : ଦହି ଓ କଦଳୀ

    କେଶର ଚମକକୁ ବଢାଇବା ପାଇଁ କଦଳୀ ମଧ୍ୟ ଏକ ଚମତ୍କାରୀ ଘରୋଇ ଉପାଦାନ ଭାବରେ କାମ କରେ । ପାଚିଲା କଦଳୀକୁ ଭଲଭାବରେ ପେସ୍ଟ କରି ଏହାକୁ ଦହି ସହିତ ମିଶାଇ ଦିଅନ୍ତୁ । ଆପଣ ଚାହିଁଲେ ଦହି ଏବଂ କଦଳୀକୁ ବ୍ଲେଣ୍ଡର ଜାରରେ ଭଲଭାବରେ ବ୍ଲେଣ୍ଡ ମଧ୍ୟ କରିପାରିବେ । ଏହି ମିଶ୍ରଣ କୁ କେଶ ମୂଳରୁ ଆରମ୍ଭ କରି ଟିପ୍ ଯାଏଁ ଭଲଭାବରେ ଲଗାଇ କିଛି ସମୟ ଛାଡିବା ପରେ ଭଲ ଭାବରେ ସାମ୍ପୁ କରି ନିଅନ୍ତୁ । ଏପରି ସପ୍ତାହକୁ ଥରେ କରିବା ଫଳରେ ଆପଣ କିଛି ମାସ ମଧ୍ୟରେ ଭଲ ଫଳାଫଳ ପାଇ ପାରିବେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ