Thursday, April 16, 2026
29.3 C
Odisha

    ପାକିସ୍ତାନ ସୁପର ଲିଗରେ ବଦଳି ଗଲା ବଲର ରଙ୍ଗ, ପ୍ରଶ୍ନ ଉଠାଇଲେ ଲାବୁସେନ୍

    ଆଗକୁ ପଢନ୍ତୁ

    ପାକିସ୍ତାନ ସୁପର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେ ୨୦୨୬ରେ ପୁଣି ବିବାଦ । ଆୟେଜନ ନେଇ ବିବାଦ ସରି ନଥିବା ବେଳେ ଏବେ ଗୋଲାପୀ ବଲକୁ ନେଇ ସମାଲୋଚନା । ଟୁର୍ଣ୍ଣାମେଣ୍ଟର ଏକାଦଶ ସଂସ୍କରଣ ଗୁରୁବାର ଦିନ ଲାହୋରର ଗାଡଫି ଷ୍ଟାଡିୟମରେ ଏକ ବିଚିତ୍ର ତଥା ବିବାଦୀୟ ଘଟଣା ଦେଖିବାକୁ ମିଳିଥିଲା । ଲାହୋର କଲନ୍ଦର୍ସ ଏବଂ ହାଇଦ୍ରାବାଦ କିଙ୍ଗସମ୍ୟାନ୍ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ହୋଇଥିଲା । ମ୍ୟାଚ୍ ଚାଲିଥିବା ବେଳେ ଖେଳା ଯାଉଥିବା ପାରମ୍ପରିକ ଧଳା କୁକାବୁରା ବଲ୍ ଅଚାନକ ରଙ୍ଗ ବଦଳାଇଲା । ଧଳା ବଲଟି ପ୍ରଥମେ ଗୋଲାପୀ ଓ ପରେ ଗାଢ଼ ଲାଲ ରଙ୍ଗ ହୋଇଗଲା ।

    ମ୍ୟାଚ୍ ସରିଲା ପରେ ଅଷ୍ଟ୍ରେଲିଆ ଖେଳାଳି ତଥାପି ହାଇଦ୍ରାବାଦ କିଙ୍ଗସମ୍ୟାନ୍ ଅଧିନାୟକ ମାର୍ନସ୍ ଲାବୁସେନ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ଯେ ସେ ତାଙ୍କ କ୍ୟାରିୟରରେ ଏପରି ଘଟଣା ପ୍ରଥମ ଥର ଦେଖୁଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ କୌଣସି ବଲ୍, ବ୍ୟାଟ୍ କିମ୍ବା ପ୍ୟାଡରୁ ସାମାନ୍ୟ ରଙ୍ଗ ଉଠିଯିବା ସାଧାରଣ କଥା ହୋଇପାରେ । କିନ୍ତୁ ଜଣେ ଖେଳାଳିଙ୍କ ପୋଷାକ ରଙ୍ଗରୁ ବଲ୍ ରଙ୍ଗ ବଦଳି ଯାଏ କେବେ ଦେଖି ନଥିଲୁ । ଏହି ମ୍ୟାଚରେ କଲନ୍ଦର୍ସ ଦଳ ୬୯ ରନରେ ବିଜୟୀ ହୋଇଥିଲା । ତେବେ ବଲ୍ ରଙ୍ଗ ବିବାଦ ଖେଳକୁ ପ୍ରଭାବିତ କରିଥିଲା ।

    ସତ କଥା ହେଉଛି ହାଇଦ୍ରାବାଦ କିଙ୍ଗସମ୍ୟାନ୍ ଦଳ ବୋଲି କଲା ବେଳେ ଯେତେବେଳେ ବଲକୁ ଜର୍ସିରେ ଘସୁଥିଲେ ସେତେବେଳେ ଜର୍ସିର ରଙ୍ଗ ସବୁ ବଲରେ ଲାଗି ଯାଉଥିଲା । ଆଉ ଧଳା ବଲର ରଙ୍ଗ ବଦଳି ନାଲି ହୋଇ ଯାଇଥିଲା। ଅର୍ଥାତ୍ ଜର୍ସିଗୁଡ଼ିକ ଅତି ନିମ୍ନମାନର ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.3 ° C
    29.3 °
    29.3 °
    53 %
    2.6kmh
    13 %
    Thu
    30 °
    Fri
    42 °
    Sat
    43 °
    Sun
    44 °
    Mon
    43 °

    ସମ୍ବନ୍ଧିତ