Thursday, October 15, 2026
22.6 C
Odisha

    ଚମ୍ପିଆନ୍ସ ଟ୍ରଫି: ଖେଳାଳିଙ୍କ ସହ ଯିବେନାହିଁ ପରିବାର ସଦସ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୧୫ରେ ଭାରତୀୟ କ୍ରିକେଟ୍‌ ଦଳ ଚମ୍ପିଆନ୍‌ସ ଟ୍ରଫି ଖେଳିବାକୁ ଦୁବାଇ ଯାତ୍ରାକରିବ। ଭାରତ ତା’ର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳିବ। ଚଳିତମାସ ୨୦ରେ ବାଂଲାଦେଶ ବିପକ୍ଷରେ ଖେଳି ଭାରତ ଅଭିଯାନ ଆରମ୍ଭ କରିବ। ୨୩ରେ ପାକିସ୍ତାନ ଓ ମାର୍ଚ୍ଚ ୨​ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଲିଗ୍‌ ମ୍ୟାଚ୍‌ ଖେଳିବ।ଏହି ଟୁର୍ଣ୍ଣାମେଣ୍ଟରୁ ବିସିସିଆଇର ନୂତନ ଯାତ୍ରା ନୀତି ଲାଗୁହେବ।

    ବିସିସିଆଇର ନୂତନ ଯାତ୍ରା ନୀତି ଅନୁସାରେ, ୪୫ କିମ୍ବା ଅଧିକ ଦିନର ବିଦେଶ ଗସ୍ତରେ ଖେଳାଳିଙ୍କ ପରିବାର ସଦସ୍ୟ ସର୍ବାଧିକ ୨ ସପ୍ତାହ ସେମାନଙ୍କ ସହ ରହିପାରିବେ। ଚମ୍ପିଆନ୍‌ସ ଟ୍ରଫି ୩ ସପ୍ତାହର ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ କୌଣସି ପରିବାର ସଦସ୍ୟଙ୍କୁ ଖେଳାଳିଙ୍କ ସହ ଯିବା ପାଇଁ ଅନୁମତି ମିଳିବ ନାହିଁ। ବିସିସିଆଇ ମଧ୍ୟସ୍ଥ ସୁତ୍ରରୁ ପ୍ରକାଶ, ଜଣେ ବରିଷ୍ଠ ଖେଳାଳି ଚମ୍ପିଆନ୍‌ସ ଟ୍ରଫି ପାଇଁ ସାଙ୍ଗରେ ପରିବାର ସଦସ୍ୟଙ୍କ ନେବା ନେଇ ପଚାରିଥିଲେ। ତାଙ୍କୁ କୁହା ଯାଇଥିଲା ଯେ ଏହି ଗସ୍ତ ଏକ ମାସରୁ କମ୍ ସମୟ ଥିବାରୁ ପରିବାର ସଦସ୍ୟ ଯାଇପାରିବେ ନାହିଁ। ଯଦି ଏହି ଅନୁମତି ଦିଆଯାଏ ତେବେ ଖେଳାଳି ତାଙ୍କ ପରିବାର ସଦସ୍ୟଙ୍କ ଖର୍ଚ୍ଚ ବହନ କରିବେ। ତେବେ ଆସନ୍ତା ଜୁନ୍‌ରୁ ଅଗଷ୍ଟ ପଯ୍ୟନ୍ତ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଲାଗି ଖେଳାଳିଙ୍କ ପରିବାରକୁ ୨ ସପ୍ତାହ ରହିବା ଲାଗି ଅନୁମତି ମିଳିବ। ଅଷ୍ଟ୍ରେଲିଆଠାରୁ ୧-୩ରେ ଭାରତ ଟେଷ୍ଟ ଶୃଙ୍ଖଳା ହାରିବା ପରେ ବିସିସିଆଇ ନୂତନ ଯାତ୍ରା ନୀତି ଲାଗୁକରିଛି। ସମସ୍ତ ଖେଳାଳି ଅଭ୍ୟାସ ଓ ମ୍ୟାଚ୍‌ ଖେଳିବା ଲାଗି ଗୋଟିଏ ବସ୍‌ରେ ଯିବେ। କେହି ପୃଥକ୍‌ ଗାଡ଼ିରେ ଯାଇପାରିବେ ନାହିଁ। ପୂର୍ବରୁ ଖେଳାଳିଙ୍କ ବ୍ୟକ୍ତିଗତ ସହାୟକ (ମ୍ୟାନେଜର, ଏଜେଣ୍ଟ, ରୋଷେୟା) ଖେଳାଳିଙ୍କ ସହ ବିଦେଶ ଗସ୍ତରେ ଯାଉଥିଲେ। ହେଲେ ଚମ୍ପିଆନ୍‌ସ ଟ୍ରଫି ପାଇଁ ସେମାନେ ଗଲେ ବ୍ୟକ୍ତିଗତ ଖର୍ଚ୍ଚରେ ପୃଥକ୍ ହୋଟେଲରେ ରହିବେ। ଜାଣିବାକୁ ମିଳିଛି ଯେ ଦୁବାଇରେ ଖେଳାଳିଙ୍କ ପସନ୍ଦର ଖାଦ୍ୟ ପ୍ରସ୍ତୁତି ପାଇଁ ବିସିସିଆଇ କିଛି ରୋଷେୟାଙ୍କୁ ପଠାଇବାର ବ୍ୟବସ୍ଥା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    97 %
    1.6kmh
    51 %
    Thu
    22 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ