Tuesday, September 29, 2026
22.7 C
Odisha

    ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲାରେ ଚାକିରି କରାଇ ଦେବା ନାମରେ ଠକେଇ ନୂଆ କଥା ନୁହେଁ। ଜିଲ୍ଲାର ବେକାର ଯୁବକଯୁବତୀଙ୍କୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଠକି ନେଉଥିବାର ବହୁ ନଜିର ରହିଛି। ସେଥିମଧ୍ୟରୁ ପୀଡିତା କୁଞ୍ଜରତା ମହାରଣା ନିଜ ପୁଅ ପାଇଁ ଚାକିରି କରାଇବା ନାମରେ ଠକେଇ ହୋଇଛନ୍ତି।ସ୍ଥାନୀୟ ପୁଲିସ ବିଭାଗର ସୁନିଲ ଚୋପାଡି ନାମକ କନଷ୍ଟେବଳ କୁଞ୍ଜଲତାଙ୍କୁ ତାଙ୍କ ପୁଅକୁ ପୁଲିସରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ମାଗିଥିଲେ। ଭି କେ ପାଣ୍ଡିଆନ ସହ ତାଙ୍କର ଜଣେ ସହଯୋଗୀର ହାତ ରହିଥିବା ସେ କହିଥିଲେ। ପ୍ରଥମେ ସେ ୩ ଲକ୍ଷ ଟଙ୍କା ଚାକିରି ବାବଦକୁ ନେଇଥିଲେ। କିନ୍ତୁ ଫଳ ବାହାରିବା ପରେ ତାଲିକାରେ ତାଙ୍କ ପୁଅର ନାମ ନଥିଲା। ଏନେଇ ସୁନିଲଙ୍କୁ କୁଞ୍ଜଲତା ପଚାରିବାରୁ ଦ୍ବିତୀୟ ଲିଷ୍ଟରେ ନାମ ବାହାରିବ କହିଥିଲେ। ଏଥିସହ ଆହୁରି ଟଙ୍କା ମାଗିଥିଲେ। ଏଭଳି ସେ ପ୍ରାୟ ୬ ଲକ୍ଷ ୫୦ ହଜାର ଟଙ୍କା କୁଞ୍ଜଲତାଙ୍କ ଠାରୁ ସୁନିଲ ଠକି ନେଇଥିଲେ। ଚାକିରି କଥା ପଚାରିଲେ ବାହାରିବ ଆଜି ନହେଲେ ଦୁଇ ବର୍ଷ ପରେ ମଧ୍ୟ ତୁମ ପୁଅ ଚାକିରି ପାଇବ ବୋଲି ମିଛ କହି ଠକି ଚାଲିଥିଲେ।

    ଅନ୍ୟ ଏକ ଘଟଣାରେ କାଶୀନାଥ ସରକାରଙ୍କ ଝିଅଙ୍କୁ ମଧ୍ୟ ସୁନିଲ ସିଜିଏଲରେ ଚାକିରି କରାଇ ଦେବାକୁ କହି ୫ ଲକ୍ଷ ଟଙ୍କା ଠକି ନେଇଥିଲେ। ପାଣ୍ଡିଆନ ସହ ଜଣେ ଆଇଏଏସ ଅଧିକାରୀଙ୍କର ଭଲ ସଂପର୍କ ଥିବାରୁ ସେ ତୁରନ୍ତ ଏହି ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ କିଛି କରିପାରି ନଥିଲେ। ଚାକିରି ନହେଲେ ଟଙ୍କା ଫେରସ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏବେ ସେହି ପ୍ରତିଶ୍ରୁତିରୁ ଓହରି ଯାଉଛନ୍ତି।

    ପୁଲିସକୁ ଏନେଇ ଏତଲା ଦେବା ପରେ ମଧ୍ୟ କୌଣସି ଫରକ ପଡିଲା ନାହଁ ବୋଲି କାଶିନାଥ କହିଛନ୍ତି। ତେଣୁ ଆଜି ସେମାନେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ। ସଚିବଙ୍କ ନିର୍ଦେଶକ୍ରମରେ ମୁଖ୍ୟ ଓକିଲ ଅଶୋକ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ୍ ଏସପିଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ସୂଚନା ପ୍ରଦାନ କରିଥିଲେ। ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।ତେବେ କିପରି ଏହି ଠକାମୀର ଶିକାର ହୋଇଥିବା ଲୋକେ ସେମାନଙ୍କର ଟଙ୍କା ଫେରିପାଇବେ ସେନେଇ ଚେଷ୍ଟା କରିବା ପାଇଁ ଅନୁରୋଧ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ