Saturday, June 20, 2026
36.9 C
Odisha

    ଚାମେଲିଙ୍କ ବିବାଦରେ ଆଉ ଜଣେ ଗିରଫ, ପୋଲିସ ଛାଉଣୀରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ବହୁଚର୍ଚ୍ଚିତ ଚାମେଲିଙ୍କ ବିବାଦରେ ଆଉ ଜଣକୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବିଶ୍ବଜିତ ମହାପାତ୍ର। ଚାମେଲିଙ୍କ ଏତଲା ଆଧାରରେ ବିଶ୍ବଜିତଙ୍କୁ ଗିରଫ କଲା ପୋଲିସ । ଏପର୍ଯ୍ୟନ୍ତ ଚାମେଲି ବିବାଦ ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି । ଗତକାଲି ATMA ଅଧ୍ୟକ୍ଷ ହିମାଂଶୁ ଶେଖର ପ୍ରଧାନଙ୍କୁ ଗିରଫ କରିଥିଲା ମହାକାଳପଡ଼ା ଥାନା ପୋଲିସ । ପୂର୍ବରୁ ଚାମେଲିଙ୍କ ମୋବାଇଲ ଛଡ଼ାଇନେବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ପାର୍ଥସାରଥୀ ସାମନ୍ତରାୟୁ ଗିରଫ ହୋଇଥିଲେ ।

    ସେପଟେ ପୋଲିସ ଛାଉଣୀରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ । ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଜିଲ୍ଲାପାଳ ଅଫିସ ଘେରିଲା କେନ୍ଦ୍ରାପଡ଼ା ଜିଲ୍ଲାର ସରପଞ୍ଚ ସଂଘ । ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ସରପଞ୍ଚି ସଂଘ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଡ଼ା ସୁରକ୍ଷା ଭିତରେ ରହିଛି । କାର୍ଯ୍ୟାଳୟରେ ପୋଲିସ ଛାଉଣୀ ହୋଇଛି । ଚାମେଲି ଓଝାଙ୍କୁ ନେଇ ତୀବ୍ର ହେଉଛି ପ୍ରଶାସନ ବନାମ ଜନପ୍ରତିନିଧି ଲଢ଼େଇ । ନ୍ୟାୟ ନମିଳିବା ଯାଏ ଲଢ଼େଇ ଜାରି ରହିବ ବୋଲି ଚେତାବନୀ ଶୁଣାଇଛନ୍ତି ତିଖିରି ସରପଞ୍ଚ । ପୋଲିସ ଡିଜି ଓ ଆଇଜିଙ୍କୁ ଚିଠି ଲେଖି ମାଗିଛନ୍ତି ନ୍ୟାୟ। ୭ ଦିନ ଭିତରେ ନ୍ୟାୟ ନମଳିଲେ ଆସନ୍ତା ୨୪ରୁ କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.9 ° C
    36.9 °
    36.9 °
    32 %
    2.8kmh
    85 %
    Sat
    36 °
    Sun
    34 °
    Mon
    37 °
    Tue
    38 °
    Wed
    41 °

    ସମ୍ବନ୍ଧିତ