Monday, September 28, 2026
30.3 C
Odisha

    ଚାମ୍ପିଅନ୍ସ ଟ୍ରଫି: ଜୋସ୍ ଇଂଲିସଙ୍କ ଶତକ, ଇଂଲଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ

    ଆଗକୁ ପଢନ୍ତୁ

    ଲାହୋର: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଚାମ୍ପିଅନ୍ସ ଟ୍ରଫି-୨୦୨୫ର ଚତୁର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଛି। କଙ୍ଗାରୁ ଦଳ ଜୋସ୍‌ ଇଂଲିସଙ୍କ ଶତକ ସାମିଲ ରହିଛି। ସେହିପରି ଆଲେକ୍ସ କେରି ଓ ମ୍ୟାଥୁ ସର୍ଟଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ୩୫୨ ରନ୍‌ର ବିଜୟ ଲକ୍ଷ୍ୟକୁ ୪୭.୩ ଓଭରରେ ୫ଟି ୱିକେଟ୍‌ରେ ପୂରା କରିଛି।ଅଷ୍ଟ୍ରେଲିଆ ପାଇଁ ଜୋସ୍‌ ଇଂଲିସ ଅପରାଜିତ ଶତକ (୧୨୦ ରନ୍‌, ୮୬ ବଲ୍‌, ୮ ଚୌକା ଓ ୬ ଛକା) ମାରିଥିଲେ। ସେହିପରି ଆଲେକ୍ସ କେରି ଅପରାଜିତ ଅର୍ଦ୍ଧଶତକ (୬୯ ରନ୍‌, ୬୩ ବଲ୍‌ ଓ ୮ଟି ଚୌକା) ଓ ମ୍ୟାଥୁ ସର୍ଟଙ୍କ ଅର୍ଦ୍ଧଶତକ (୬୩ ରନ୍‌, ୬୬ ବଲ୍‌, ୯ ଚୌକା ଓ ଗୋଟିଏ ଛକା) ମାରିଥିଲେ।ସେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ପାଇଁ ସବୁଠାରୁ ବଡ଼ ଇନିଂସ ଖେଳିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି। ସେ ଜୋ ରୁଟ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଏହା ବ୍ୟତୀତ ସେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସବୁଠାରୁ ବଡ଼ ଇନିଂସ ଖେଳିବାରେ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି।

    ବେନ୍ ଡକେଟ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାରେ ପ୍ରଥମ ଇଂଲଣ୍ଡ ଖେଳାଳି ହୋଇଛନ୍ତି। ସେ ଜୋ ରୁଟ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ରୁଟ୍ ୨୦୧୭ରେ ଓଭାଲରେ ବାଂଲାଦେଶ ବିପକ୍ଷରେ ଅପରାଜିତ ୧୩୪ ରନ କରିଥିଲେ। କିନ୍ତୁ ଡକେଟ୍ ୧୬୫ ରନ୍ କରିଛନ୍ତି। ଡକେଟ୍‌ଙ୍କ ପୂର୍ବରୁ, ଆଇସିସି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ବଡ଼ ଇନିଂସ ଖେଳିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସେ ୧୯୯୮ ମସିହାରେ ୧୪୧ ରନର ଏକ ଇନିଂସ ଖେଳିଥିଲେ। କିନ୍ତୁ ଏବେ ଡକେଟ୍ ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇ ଦେଇ ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଧିକ ବ୍ୟକ୍ତିଗତ ସ୍କୋର୍ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ