Saturday, May 30, 2026
24.3 C
Odisha

    ଚାରଧାମ ଯାତ୍ରା ଖୁବଶୀଘ୍ର, ଏପ୍ରିଲ ୨୨ରେ ଖୋଲିବ ବାବା କେଦାରନାଥଙ୍କ କପାଟ

    ଆଗକୁ ପଢନ୍ତୁ

    ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ସ୍ଥିତ ପ୍ରସିଦ୍ଧ କେଦାନରନାଥ ମନ୍ଦିର କପାଟ ଆସନ୍ତା ଏପ୍ରିଲ ୨୨ରେ ବୃଷ ଲଗ୍ନରେ ଖୋଲିବ । ଏହାର ଘୋଷଣା ଶୀତକାଳୀନ ଗଦ୍ଦିସ୍ଥଳ ଓମକାରେଶ୍ବର ମନ୍ଦିରରେ ବିଧିବିଧାନ ସହିତ ହୋଇଛି । ଘୋଷଣା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

    ମନ୍ଦିର ସମିତି ଅନୁସାରେ, ବୁଧବାର(ଏପ୍ରିଲ ୨୨) ସକାଳ ୮ଟାରେ ଶୁଭ ବୃଷ ଲଗ୍ନରେ ବାବା କେଦାରନାଥଙ୍କ କପାଟ ଖୋଲିବ । ଏହାପରେ ୬ ମାସ ଯାଏଁ କେଦାରନାଥ ଯାତ୍ରା ଚାଲିବ ।

    କେଦାରନାଥ ଧାମ କପାଟ ଖୋଲିବାର ଗୋଟେ ଦିନ ପରେ ବଦ୍ରିନାଥ ମନ୍ଦିର ଦ୍ବାର ୨୩ ଏପ୍ରିଲକୁ ବ୍ରହ୍ମମୁହୂର୍ତ୍ତରେ ସକାଳ ୬.୧୫ ମିନିଟରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ । ଏହି ଶୁଭ ତିଥିର ଘୋଷଣା ପୂର୍ବରୁ ବସନ୍ତ ପଞ୍ଚମୀରେ ହୋଇଛି । ସେହିପରି ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଅକ୍ଷୟ ତ୍ତୀୟ ଅର୍ଥାତ୍ ଏପ୍ରିଲ ୧୯ ତାରିଖରେ ବିଧିବିଧାନରେ ଖୋଲିବ ।

    ତେବେ ଚାରଧାମ ଯାତ୍ରା ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରାସ୍ତା ମରାମତି ଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଏବଂ ପଞ୍ଜିକରଣ ବ୍ୟବସ୍ଥା କରାଯାଇଛି । ହୋଟେଲ ଏବଂ ଧର୍ମଶାଳାରେ ମଧ୍ୟ ଆଡଭାନ୍ସ ବୁକିଂ ହୋଇସାରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    86 %
    1.8kmh
    91 %
    Sat
    42 °
    Sun
    38 °
    Mon
    40 °
    Tue
    39 °
    Wed
    42 °

    ସମ୍ବନ୍ଧିତ