Thursday, September 19, 2024
24.5 C
Odisha

    ଚିକିତ୍ସା ଅଭାବରୁ ହଷ୍ଟେଲରେ ଚାଲିଗଲା ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଜୀବନ

    ଆଗକୁ ପଢନ୍ତୁ

    ଚିକିତ୍ସା ଅଭାବରୁ ହଷ୍ଟେଲରେ ଛାତ୍ରୀ ମୃତ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଖୁଣ୍ଟା କସ୍ତୁରବା ବାଳିକା ଛାତ୍ରୀ ନିବାସରେ ପଢ଼ୁଥିବା ଜୈନେକା ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ଏହାର ପ୍ରତିବାଦରେ ରାସ୍ତା ଉପରେ ମୃତଦେହ ରଖି ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।

    ସୂଚନାନୁସାରେ, ଖୁଣ୍ଟା ବ୍ଲକ ଅନ୍ତର୍ଗତ ବଡ଼ପଥରା ଗ୍ରାମ ପଞ୍ଚାୟତ ଅଧୀନ କୁସୁମଘାଟି ଗ୍ରାମର ପ୍ରଭାକର ବେହେରାଙ୍କ ଝିଅ ୧୧ ବର୍ଷୀୟ ମଧୁସ୍ମିତା ଷଷ୍ଠ ଶ୍ରେଣୀ କସ୍ତୁରବା ମଧ୍ୟ ଇଂରାଜୀ ବିଦ୍ୟାଳୟରେରେ ପାଠ ପଢ଼ୁଥିଲେ । ଗତ ଶନିବାର ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା । ସେ କସ୍ତୁରବା ବାଳିକା ଛାତ୍ରୀ ନିବାସରେ ରହୁଥିବା ବେଳେ ଦେହ ଅସୁସ୍ଥତା ସତ୍ତ୍ୱେ ବି ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନନେଇ ଅବହେଳା କରିଥିବା ଅଭିଯୋଗ ହୋଇଛି । ପରେ ପରିବାର ଲୋକଙ୍କୁ ଖବର ଦେଇ ଛାତ୍ରୀ ଜଣଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ‌। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଷଷ୍ଠ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଚିକିତ୍ସା ଅବହେଳା ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ରବିବାର ଛାତ୍ରୀର ମୃତଦେହକୁ ଉଦଳା-ବାରିପଦା ମୁଖ୍ୟ ରାସ୍ତା ଖୁଣ୍ଟା ଛକ ନିକଟରେ ରଖି ନ୍ୟାୟ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ତେବେ ରିପୋର୍ଟ ଲେଖା ହେବା ଯାଏଁ ରାସ୍ତା ଅବରୋଧ ଜାରି ରହିଥିବା ବେଳେ ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ରାସ୍ତା ଅବରୋଧ ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    1.4kmh
    97 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ