Wednesday, October 7, 2026
30.3 C
Odisha

    ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା, କାମରେ ଲାଗିଛନ୍ତି ୨୨ଟି ଟିମ୍

    ଆଗକୁ ପଢନ୍ତୁ

    ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଏଥିପାଇଁ ସମଗ୍ର ଚିଲିକା ରେ ୨୨ ଟି ଟିମ୍ ନିୟୋଜିତ ହୋଇଛନ୍ତି । ଭାରତୀୟ ବନ ସେବା ବରିଷ୍ଠ ଅଧିକାରୀ ଓ ଓଡ଼ିଶା ଜୈବ ବିବିଧତା ବୋର୍ଡର ବୈଜ୍ଞାନିକ ସାମିଲ ଅଛନ୍ତି । ଏହାସହ ପ୍ରାଣୀ ଚିକିତ୍ସକ ୱାଇଲ୍ଡ ଲାଇଫ ଓଡ଼ିଶା, ଓୟୁଟି ଭୁବନେଶ୍ୱର, ବମ୍ବେ ନେଚର୍ ସୋସାଇଟ୍‌ର ସଦସ୍ୟ, ଛାତ୍ର ଛାତ୍ରୀ ଏବଂ ବନ ବିଭାଗର କର୍ମଚାରୀ, ସିଡିଏ କର୍ମଚାରୀ, ପକ୍ଷୀ ବିଶାରଦ ମାନେ ସାମିଲ ହୋଇଛନ୍ତି । ବାଇନା କୁଲାର, କ୍ୟାମେରା ଏବଂ ଜିପିଏସ ସାହାଯ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ସକାଳ ୬ ଟାରୁ ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବ ଗଣନା । ଚିଲିକାର ବିଭିନ୍ନ ସ୍ଥାନକୁ ପକ୍ଷୀ ବିଶାରଦମାନେ ଘୁରି ବୁଲି ଗଣନା କରୁଛନ୍ତି । ପ୍ରତ୍ୟେକ ଟିମରେ ୩ ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସମଗ୍ର ଚିଲିକାରେ ୧୩୦ ଜଣ ସଦସ୍ୟ ଚିଲିକାରେ ପକ୍ଷୀ ଗଣିବା ପାଇଁ ବିଭିନ୍ନ ସ୍ଥାନରେ ଘୁରି ବୁଲୁଛନ୍ତି ।
    ସମସ୍ତ ଟିମ୍ ଗଣନା ସରିବା ପରେ ଚୁଡାନ୍ତ ତାଲିକା ବାଲୁଗାଁ ଡିଏଫ୍ଓଙ୍କ କାର୍ଯ୍ୟାଳୟରେ ହସ୍ତାନ୍ତର କରିବା ପାଇଁ ସମସ୍ତ ଟିମକୁ ସୂଚନା ଦିଅଯାଇଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବନ୍ୟପ୍ରାଣୀ ବନାଞ୍ଚଳ ବାଲୁଗାଁର ଆନୁକୁଲ୍ୟରେ ଏହି ପକ୍ଷୀ ଗଣନା ଆରମ୍ଭ ହୋଇଛି । ଚଳିତ ବର୍ଷ ବର୍ଷ ଶୀତର ପକୋପ ଅଧିକ ଥିବାରୁ ଚିଲିକାରେ ବିଦେଶୀ ପକ୍ଷୀ ମାନଙ୍କ ସଂଖ୍ୟା ବଢିବା ନେଇ ଆଶା କରାଯାଉଛି। ସାତପଡା ରେ -୪ ଟି ଟିମ୍ , ଟାଙ୍ଗୀ -୮ ଟି ଟିମ୍, ବାଲୁଗାଁ -7 ଟି , ରମ୍ଭା -୨ ଟି, ଚିଲିକା ନୂଆପଡ଼ା ରେ -୧ ଟି ଟିମ୍ ଲେଖାଏଁ ଟିମ୍ ନିଓଜିତ ହୋଇଛନ୍ତି । ଏପରିକି ଚିଲିକା ରେ ୨୨ ଟି ଟିମ୍ ପକ୍ଷୀ ଗଣିବା ପାଇଁ ଘୁରି ବୁଲୁଛନ୍ତି। ଗତବର୍ଷ ୧୧ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ ଥିବା ବେଳେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କେତେ ଅଛନ୍ତି, ଗଣନା ରିପୋର୍ଟ ପରେ ସନ୍ଧ୍ୟା ୬ଟା ପରେ ଜଣାପଡିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ