Saturday, September 12, 2026
23.8 C
Odisha

    ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ନିର୍ମମ ହତ୍ୟା, ନ୍ୟାୟ ଦାବିରେ ରାସ୍ତା ଅବରୋଧ

    ଆଗକୁ ପଢନ୍ତୁ

    ନୟାଗଡ଼  : ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରିବାରୁ ମୁଣ୍ଡ ଗଡ଼ିଲା । ଓଡ଼ଗାଁ ଥାନା ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ଚୋରା ମାଙ୍କଡ଼ା ପଥର ଖଣି ଚାଲି ଥିବାବେଳେ, ଏହାକୁ ସ୍ଥାନୀୟ ଲୋକ ମାନେ ବିରୋଧ କରି ଆସୁଥିଲେ । କଦଳୀ ବନ୍ଧ ଠାର ମାଙ୍କଡ଼ା ପଥର ବୋଝେଇ ଗାଡ଼ିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ ମଧ୍ୟ, ପୋଲିସ ଆସି ନଥିଲା । ପରେ ଖଣି ମାଫିଆ ମାନେ, ଆକ୍ରମଣ କରିଥିବା ବେଳେ, ଦୁଇ ଜଣ ଖସି ଯାଇଥିଲେ, କିନ୍ତୁ ଓଡ଼ଗାଁ ବିଜୟ ମଣ୍ଡପ ସାହିର ଅଜିତ ସାହୁଙ୍କୁ ମାଫିଆ ମାନେ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତି ।

    ଗୋଟିଏ ହାତ ସମ୍ପୂର୍ଣ କାଟି ଦେଇଥିବା ବେଳେ, ଡାହାଣ ହାତର ପାପୁଲି ଠାରୁ କାଟି ଦେଇଛନ୍ତି, ଏଥି ସହ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଅଜିତଙ୍କୁ ନ୍ୟାୟ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ଓଡ଼ଗାଁ ନୟାଗଡ଼ ରାସ୍ତାରେ ଶତାଧିକ ଗାଡି ଅଟକି ରହିଛି । ଓଡ଼ଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    95 %
    2.9kmh
    99 %
    Sat
    25 °
    Sun
    30 °
    Mon
    31 °
    Tue
    30 °
    Wed
    31 °

    ସମ୍ବନ୍ଧିତ