Monday, November 16, 2026
25.6 C
Odisha

    ଛଟ ପୂଜାର ଆଜି ଶେଷ ଦିନ, ଭୁବନେଶ୍ୱରର କୁଆଁଖାଇ ନଦୀ ଓ ନୂଆଁ ବାଲିଯାତ୍ରା ପଡ଼ିଆରେ ବ୍ରତଧାରୀଙ୍କ ପ୍ରବଳ ଭିଡ଼

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭକ୍ତି ଓ ନିଷ୍ଠା ସହ ପାଳିତ ହୋଇଛି ଛଟପୂଜା । ଚାରିଦିନ ଧରି ଚାଲିଥିବା ଏହି ପର୍ବର ଶେଷ ଦିନରେ ଭୋର ସମୟରେ ଉଦୀୟମାନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି ବ୍ରତଧାରୀ । ଏଥିସହ ଛଟ ପୂଜାର ଦୁଇଟି ପ୍ରମୁଖ ଅର୍ଘ୍ୟଦାନ ପରମ୍ପରାର ସମାପ୍ତି ଘଟିଛି । ଭୁବନେଶ୍ୱରର କୁଆଁଖାଇ ନଦୀ ଓ ନୂଆଁ ବାଲିଯାତ୍ରା ପଡ଼ିଆରେ ବିହାର ସୋସିଆଲ୍ ୱେଲଫେୟାର ଆସିଷ୍ଟାନ୍ସ ସୋସାଇଟି (ବିଶ୍ୱାସ) ପକ୍ଷରୁ ପୂଜାର ଭବ୍ୟ ଆୟୋଜନ କରାଯାଇଛି । ଛଟ ପୂଜାର ପ୍ରଥମ ଦିନ ନହାୟ ଖାୟ ଓ ଦ୍ୱିତୀୟ ଦିନ ଖରନା ପାଳନ କରାଯାଏ ।

    ତୃତୀୟ ଦିନ ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଓ ଚତୁର୍ଥ ଦିନ ପ୍ରତ୍ୟୁଷରେ ଉଦୀୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଏ । ଗତକାଲି ସନ୍ଧ୍ୟାରେ ବ୍ରତଧାରୀ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିବା ବେଳେ ଆଜି ସକାଳେ ଉଦୀୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ବ୍ରତ ସମାପନ କରିଛନ୍ତି । ଏହି ଦୁଇଟି ଅର୍ଘ୍ୟଦାନର ରହିଛି ବିଶେଷ ଆଧ୍ୟାତ୍ମିକ ମହତ୍ତ୍ୱ । ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ମଣିଷକୁ ଅତୀତକୁ ସମ୍ମାନ ଦେବା ଏବଂ ଜୀବନର ଉତ୍ଥାନ ପତନକୁ ସ୍ୱୀକାର କରିବାର ବାର୍ତ୍ତା ଦିଏ ।

    ସେହିପରି ଉଦୀୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ ନୂଆ ଆଶା, ନୂଆ ସମ୍ଭାବନା ଓ ଜୀବନରେ ପୁଣି ଆଗକୁ ବଢ଼ିବାର ପ୍ରେରଣା ଯୋଗାଏ । ଓଡ଼ିଶାରେ ପ୍ରାୟ ୪୦ ବର୍ଷ ଧରି ଛଟ ପୂଜା ପାଳିତ ହୋଇଆସୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ବିଶ୍ୱାସ ପରିବାର ପକ୍ଷରୁ ଦୀର୍ଘ ୨୫ ବର୍ଷ ଧରି ଏହି ପର୍ବର ଆୟୋଜନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    57 %
    1.4kmh
    96 %
    Mon
    27 °
    Tue
    26 °
    Wed
    25 °
    Thu
    21 °
    Fri
    19 °

    ସମ୍ବନ୍ଧିତ