Wednesday, April 16, 2025
35.3 C
Odisha

    ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଯାତ୍ରା ସମୟରେ ଭଡା ପାଇଁ ମିଳିବ ୫୦ ପ୍ରତିଶତ ରିହାତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶୁକ୍ରବାର ବିଧାନସଭାରେ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟ ମଧ୍ୟରେ ସାର୍ବଜନୀନ ପରିବହନ ସେବା ବ୍ୟବହାର କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ରିହାତି ଭଡ଼ା କିମ୍ବା ସ୍ୱତନ୍ତ୍ର ବ୍ୟବସ୍ଥା ଅଛି କି ନାହିଁ । ଏହା ଉପରେ ସରକାର କ’ଣ ବିବରଣୀ ପ୍ରଦାନ କରିବେ ?

    ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଓଡ଼ିଶାର ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋ ବସ୍ ସେବା ଯୋଜନାରେ ପଞ୍ଚାୟତରୁ ବ୍ଲକ୍ ୫ ଟଙ୍କା ଓ ଜିଲ୍ଲା ସଦର ମହକୁମାକୁ ଯାଉଥିଲେ ୧୦ ଟଙ୍କା ଭଡ଼ା ପଡୁଛି । ଏହା ସହ ପରିବହନ ନିଗମ ବସ୍ ରେ ଛାତ୍ରଛାତ୍ରୀମାନଙ୍କୁ ୫୦% ରିହାତି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.3 ° C
    35.3 °
    35.3 °
    28 %
    2.8kmh
    0 %
    Wed
    36 °
    Thu
    39 °
    Fri
    42 °
    Sat
    43 °
    Sun
    43 °

    ସମ୍ବନ୍ଧିତ