Wednesday, January 22, 2025
30.4 C
Odisha

    ଛୋଟ ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗୁଛି କି? କରନ୍ତୁ ଏହି ଉପାୟ!

    ଆଗକୁ ପଢନ୍ତୁ

    ବେଳେବେଳେ ଘରୁ ସୁଖଶାନ୍ତି କୁଆଡ଼େ ହଜିଗଲା ଭଳି ଅନୁଭବ ହୁଏ। ଏ କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ ରହିଥିବା ସନ୍ଦେହ କରାଯାଏ। ଏଥିରୁ କେମିତି ମୁକ୍ତି ପାଇହେବ ଜାଣନ୍ତୁ ସେ ସମ୍ପର୍କରେ…
    * ଘରର ଉତ୍ତର ଦିଗରେ ତୁଳସୀ କିମ୍ବା ଅଁଳା ଗଛ ଲଗାଇବା ଦ୍ୱାରା ଘରର ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ ବୋଲି ବିଶ୍ୱାରହିଛି।
    * କୁହାଯାଏ, ପ୍ରତି ଗୁରୁବାର ଦିନ ତୁଳସୀ ଚଉରାରେ କିଛି କ୍ଷୀର ଢାଳିଲେ ଘରେ ଅଯଥାରେ କଳହ ଲାଗେ ନାହିଁ। ଏହି ଉପାୟ ଦ୍ୱାରା ସୁଖଶାନ୍ତି ବି ବୃଦ୍ଧି ପାଇଥାଏ।
    * ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜିମାଭରା ଚିତ୍ର ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଊର୍ଜା ଉତ୍ପନ ହୋଇ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ।
    * ଘରର ଡ୍ରଇଁ ରୁମ୍‌ରେ ସନ୍ଥ ମହାତ୍ମାଙ୍କ ଆଶୀର୍ବାଦ ଭଙ୍ଗୀର ଫଟୋ ଲଗାଇବା ବି ଘର ପାଇଁ ଶୁଭ ହୋଇଥାଏ।
    * ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜଳାଇଲେ ମଧ୍ୟ ଘରେ ଶାନ୍ତି ବଢିଥାଏ ବୋଲି ବିଶ୍ୱାସ ରହିଛି।
    * ଯେଉଁ ଫର୍ଣିଚର୍‌ର କୋଣଗୁଡ଼ିକ ଗୋଲାକାର ଆକୃତିର ହୋଇଥିବ ସେହି ଫର୍ଣ୍ଣିଚର୍‌କୁ ଘରେ ପକାଇବା ଶୁଭ ହୋଇଥାଏ।
    * ଘରେ ଲାଗିଥିବା ପାଣି ଟ୍ୟାପ୍‌ରୁ ଯେମିତି ପାଣି ଲିକ୍‌ କରୁନଥିବ ଏବଂ ଜଳ ନିଷ୍କାସନର ବ୍ୟବସ୍ଥା ଘରର ପୂର୍ବ କିମ୍ବା ଉତ୍ତର ଦିଗରେ କଲେ ଘରେ ଶାନ୍ତି ରହିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    16 %
    1.8kmh
    7 %
    Wed
    32 °
    Thu
    33 °
    Fri
    34 °
    Sat
    33 °
    Sun
    32 °

    ସମ୍ବନ୍ଧିତ