Sunday, October 4, 2026
21.8 C
Odisha

    ଜଗନ୍ନାଥଙ୍କ ପରେ ଜେଲ ଯାଇପାରନ୍ତି ଭାଜପା ବିଧାୟକ! ଆପତ୍ତିଜନକ ମନ୍ତବ୍ୟ ପାଇଁ ରୁଜୁ ହେଲା ମାମଲା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବାଲେଶ୍ୱର ନୀଳଗିରି ବିଧାନସଭା ଆସନର ୩ ମତଦାତା ନୀଳଗିରି ଥାନାରେ ସ୍ଥାନୀୟ ଭାଜପା ବିଧାୟକ ଶନ୍ତୋଷ ଖଟୁଆ ବିରୋଧରେ ପୋଲିସ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ, ବିଧାୟକ ବିଜେଡି ନେତ୍ରୀ ଡାକ୍ତର ଲେଖାଶ୍ରୀ ସାମନ୍ତସିଂହାର ବିରୋଧରେ ଅପମାନଜନକ ଓ ଆପତ୍ତିଜନକ ମନ୍ତବ୍ୟ କରିଛନ୍ତି, ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
    ଲେଖାଶ୍ରୀ ସାମନ୍ତସିଂହାର ୨୦୨୪ ଲୋକସଭା ନିର୍ବାଚନରେ ବାଲେଶ୍ୱର ଆସନରୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଥିଲେ। ଅଭିଯୋଗକାରୀମାନେ କହିଛନ୍ତି ଯେ, ଏହି ମନ୍ତବ୍ୟ ଜନତାଙ୍କ ସାମ୍ନାରେ ଜଣେ ମହିଳା ବିପକ୍ଷରେ କରାଯାଇଥିବାରୁ ଏହା ଲଜ୍ଜାଜନକ ଓ ଅପମାନଜନକ। “ଆମେ ଏହି ମନ୍ତବ୍ୟ ଶୁଣି ନିଜ ନାଗରିକ ସମ୍ମାନ କ୍ଷତିଗ୍ରସ୍ତ ଅନୁଭବ କରୁଛୁ, ଏହା ଆମର ନିର୍ବାଚିତ ପ୍ରତିନିଧିଙ୍କ ମୁଖରୁ ଆସିବା ଅତ୍ୟନ୍ତ ଦୁଃଖଦ,” ମତଦାତାମାନେ କହିଛନ୍ତି।

    ଅଭିଯୋଗକାରୀମାନେ ପୋଲିସକୁ ଅନୁରୋଧ କରିଛନ୍ତି ଯେ, ବିଧାୟକଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେମାନେ କହିଛନ୍ତି ଯେ, ଏହି ମନ୍ତବ୍ୟ କେବଳ ଡାକ୍ତର ଲେଖାଶ୍ରୀଙ୍କୁ ମାତ୍ର ଅପମାନ କରିନାହିଁ, ବରଂ ସାଧାରଣ ମହିଳାମାନଙ୍କର ସମ୍ମାନକୁ ମଧ୍ୟ ଆହତ ପହଂଚାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଧାୟକ ଶନ୍ତୋଷ ଖଟୁଆ ଏହି ଅଭିଯୋଗ ବିଷୟରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    75 %
    1.3kmh
    1 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ