Monday, March 23, 2026
20.3 C
Odisha

    ଜଗନ୍ନାଥ-ଅରୁଣ ବାକ୍‌ ଯୁଦ୍ଧ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡିର କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ରାଜ୍ୟର ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। କାର୍ଯ୍ୟାଳୟକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି।ଶଙ୍ଖ ଭବନକୁ ନେଇ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଶଙ୍ଖ ଭବନ ଏବେ ହୋଟେଲ୍‌ରେ ପରିଣତ ହୋଇଛି। ବିଜେପି ନେତାଙ୍କ ଏପରି ଅଭିଯୋଗର ଜବାବ୍ ବିଜେଡ଼ି ବିଧାୟକ ଅରୁଣ କୁମାର ସାହୁ ଦେଇଛନ୍ତି।

    ବିଜେପି ନେତା ଜଗନ୍ନାଥ ସାହୁ କହିଥିଲେ ଯେ, ଭାରତୀୟ ରାଜନୀତି ଇତିହାସରେ ବିରଳ ଘଟଣା ଘଟିବାକୁ ଯାଉଛି। ୨୪ ବର୍ଷ ଶାସନ କଲା ପରେ ୨୦୨୧ ମସିହାରେ ନୂତନ କାର୍ଯ୍ୟାଳୟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ଠାରୁ ବିଜେଡ଼ି ଅନୁମତି ପାଇଥିଲା।
    ଯଦି ଏବେଠାରୁ ରାଜ୍ୟ ସରକାର ଏହାକୁ ସଜ୍ଞାନକୁ ନନେବେ, ତାହାହେଲେ ଆଗାମୀ ଦିନରେ ବିଜେଡ଼ି କାର୍ଯ୍ୟାଳୟ ଷ୍ଟାର ହୋଟେଲ୍‌ରେ ପରିଣତ ହୋଇପାରେ ବୋଲି ଜଗନ୍ନାଥ ଅଭିଯୋଗ ଆଣିଛନ୍ତି। ଏଭଳି ଘଟଣା ରାଜ୍ୟ ରାଜନୀତିରେ କେବେ ଦେଖିବାକୁ ମିଳି ନଥିଲା। କୌଣସି ସ୍ଥାନରେ କେବେ ରାଜନୈତିକ ଦଳ ନିଜ କାର୍ଯ୍ୟାଳୟକୁ ହୋଟେଲ କରି ନଥିଲେ। ଏହା ସହିତ ସେ ପ୍ରଶ୍ନ କରିଥିଲେ ଯେ, ସତରେ କ’ଣ ବିଜେଡି ଶେଷ ହେବାକୁ ଯାଉଛି କି?

    ଦଳୀୟ ମହଲକୁ ହୋଟେଲ୍ କରିବ ଅବା କାର୍ଯ୍ୟାଳୟ କରିବ ତାହା ବିଜେଡ଼ି ସ୍ପଷ୍ଟ କରୁ,। ଯଦି ହୋଟେଲ୍ କରିବେ, ତାହାହେଲେ କାର୍ଯ୍ୟାଳୟ ପାଇଁ ମିଳିଥିବା ସେ ଜାଗାର ଅନୁମତି ରଦ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି।

    ଏହି ମର୍ମରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ହୋଟେଲ୍‌ ମନ୍ତବ୍ୟ ଅଭିଯୋଗର ଜବାବ୍ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଦେଇଛନ୍ତି । ସେ କହିଛନ୍ତି, ରେଲୱେର କ୍ୟାଣ୍ଟିନ୍‌ ଅଛି। ସଂସଦରେ ମଧ୍ୟ କ୍ୟାଣ୍ଟିନ୍‌ ରହିଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି, ତାହା ମିଡିଆରେ ଦେଖାଯାଉଛି।
    ମୁଁ ବିଜେପି ନେତାଙ୍କୁ ନିମନ୍ତ୍ରଣ କରୁଛି, ତାଙ୍କର ଯେତେବେଳେ ଖାଇବାକୁ ଇଚ୍ଛା ହେଉଛି ସେତେବେଳେ ଶଙ୍ଖ ଭବନ କ୍ୟାଣ୍ଟିନକୁ ଆସି ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଆନ୍ତୁ। ବିଜେପିର କିଛି କାମ ନାହିଁ ବୋଧହୁଏ। ଶଙ୍ଖ ଭବନ ଯେଉଁଦିନ ତିଆରି ହୋଇଥିଲା, ସେଦିନ କୁହାଯାଇଥିଲା ଏହା ଲୋକଙ୍କ ଅଫିସ୍। ପ୍ରତିଦିନ ଏଠାରେ ବୈଠକ ବସୁଛି।

    କର୍ମୀଙ୍କ ସହିତ ନେତା ଓ ସାଧାରଣ ଲୋକ ଆସି ଖାଉଛନ୍ତି। କ୍ୟାଣ୍ଟିନ୍‌ରେ ଖାଇବା କ’ଣ ଖରାପ ବୋଲି ଅରୁଣ ସାହୁ ପାଲଟା ପ୍ରଶ୍ନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ