Saturday, February 28, 2026
26 C
Odisha

    ଜଙ୍ଗଲ ରକ୍ଷା ପାଇଁ ଅଭିନବ ପ୍ରତିବାଦ: ବାଘ ବେଶରେ ଯୁବକ

    ଆଗକୁ ପଢନ୍ତୁ

    ଅନୁଗୁଳରେ ବନ ଓ ବନ୍ୟପ୍ରାଣୀ ବିପଦରେ ଥିଲା ବେଳେ ଏହାର ସୁରକ୍ଷା ପାଇଁ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଜଣେ ଯୁବକ। ଏକ ହାତୀ ପ୍ରତିକୃତି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜେ ବାଘ ବେଶରେ ଧାରଣା ଦେଇଛନ୍ତି। ବନ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର ଠୋସ୍‌ ପଦକ୍ଷେପ ଗ୍ରହଣ ନ କଲେ ଜାନୁଆରି ପହିଲାରୁ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ପାଳଲହଡ଼ା ବ୍ଲକ୍‌ ଉଦୟପୁର ଗାଁର ଦିଲୀପ କୁମାର ସାହୁ ଆଜି ସକାଳେ ଏକ ସୁଶୋଭିତ ଗାଡ଼ି ଚଳାଇ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଗାଡ଼ିରେ ହାତୀର ଏକ ବଡ଼ ପ୍ରତିକୃତି ଥିଲା ବେଳେ ଅନ୍ୟ ବନ୍ୟପ୍ରାଣୀଙ୍କ ଛୋଟବଡ଼ ପ୍ରତିକୃତି ଓ ଡାଳପତ୍ର ରହିଥିଲା। ନିଜେ ବାଘ ବେଶରେ ଆସିଥିବା ଦିଲୀପ ବିଭିନ୍ନ ପ୍ଲାକାର୍ଡ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଗଛକଟା ବନ୍ଦ କରିବା, ବିଭିନ୍ନ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଓ ଜଙ୍ଗଲ ବିଭାଗର ନାମ ପରିବର୍ତ୍ତନ କରି ଜୀବନ ବିଭାଗ କରିବାକୁ ସେ ଦାବି କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    26 %
    2.3kmh
    5 %
    Sat
    28 °
    Sun
    36 °
    Mon
    36 °
    Tue
    37 °
    Wed
    38 °

    ସମ୍ବନ୍ଧିତ