Thursday, April 9, 2026
36.2 C
Odisha

    ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

    ଆଗକୁ ପଢନ୍ତୁ

    କେନ୍ଦୁଝର : ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ସମସ୍ତ କର୍ମଚାରୀଙ୍କୁ ସହକାରୀ ନିର୍ଦ୍ଦେଶକ, ଜନଗଣନା ପରିଚାଳନା ନିର୍ଦ୍ଦେଶାଳୟ ଉମାଶଙ୍କର ସାହୁ, ପରିସଂଖ୍ୟାନ ଅନୁସନ୍ଧାନକାରୀ ବସନ୍ତ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଗୃହ ତାଲିକାକରଣ ଓ ଗୃହ ଗଣନାର ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଜନଗଣନା ସମ୍ବନ୍ଧୀୟ ବିଷୟ ଉପରେ ତାଲିମ ପ୍ରଦାନ କରିଥିଲେ। ବୈଠକରେ ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆସନ୍ତା ୧୬ ଏପ୍ରିଲ ୨୦୨୬ ରୁ ଆରମ୍ଭ ହୋଇ ୧୫ ମେ’ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହା ଦେଶର ପ୍ରଥମ ଡିଜିଟାଲ ଜନଗଣନା, ହୋଇଥିବାରୁ ଏଥିରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସେଲ୍ଫ ଏନ୍ୟୁମେରେସନ, ସାଧାରଣ ଜନତାଙ୍କ ସୁବିଧା ପାଇଁ ୦୧ ଏପ୍ରିଲ ୨୦୨୬ରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ନିଜସ୍ବ ଗଣନା ବ୍ୟବସ୍ଥା ଉପଲବ୍ଧ ହେବ, ଯେଉଁଠାରେ ନାଗରିକମାନେ ନିଜେ ନିଜର ତଥ୍ୟ ପ୍ରଦାନ କରିପାରିବେ। ମୋବାଇଲ ଆପ୍‌ ବ୍ୟବହାର ଏବଂ ଜନଗଣନା ପରିଚାଳନା ଓ ନିରୀକ୍ଷଣ ପୋର୍ଟାଲ ସମ୍ପର୍କରେ ସମସ୍ତ ଚାର୍ଜ ଅଧିକାରୀଙ୍କୁ ବିଧିବଦ୍ଧ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଉପଜିଲ୍ଲାପାଳ କେନ୍ଦୁଝର ଉମାଶଙ୍କର ଦଳେଇ, ଉପଜିଲ୍ଲାପାଳ ଆନନ୍ଦପୁର ନୀଳମାଧବ ସୁନା, ଉପଜିଲ୍ଲାପାଳ ଚମ୍ପୁଆ ଉମାକାନ୍ତ ପରିଡ଼ା, ସହକାରୀ ଜିଲ୍ଲାପାଳ ସରୋଜ କୁମାର ମଲ୍ଲିକ ଉପସ୍ଥିତ ରହି କାର୍ଯ୍ୟଧାରା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଏଥିସହ ସମସ୍ତ ତହସିଲଦାର, ପୌର ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଜନଗଣନା କାର୍ଯ୍ୟକୁ ସଠିକ ସମୟରେ ଓ ନିର୍ଭୁଲ ଭାବେ ସମ୍ପାଦନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.2 ° C
    36.2 °
    36.2 °
    22 %
    4.4kmh
    70 %
    Thu
    37 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ