Monday, April 27, 2026
35.5 C
Odisha

    ଜନଜାତି ତାଲିକାରେ ସାମିଲ ହେବେ ନୂଆ ବର୍ଗ, ଆଦିବାସୀ ପୂଜକଙ୍କ ପାଇଁ ଭତ୍ତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜନଜାତି ତାଲିକାରେ ସାମିଲ ହେବେ ନୂଆ ବର୍ଗ । ଆଦିବାସୀ ପୂଜକଙ୍କ ପାଇଁ ଭତ୍ତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମିଳିବ ମାସିକ ଭତ୍ତା । ଆଦିବାସୀ ଗ୍ରାମର ପୂଜକମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ଏବଂ ସେମାନଙ୍କ ପୂଜାସ୍ଥଳୀଗୁଡ଼ିକର ବିକାଶ ତଥା ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଆଦିବାସୀମାନଙ୍କର ଜମି ରେକର୍ଡ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଲେଖିବା ପାଇଁ ସୁପାରିଶ କରାଯାଇଛି । ଏକଲବ୍ୟ ଆବାସିକ ସ୍କୁଲର ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ବିଜ୍ଞାନ ସହିତ କଳା ଓ ବାଣିଜ୍ୟ ବିଷୟ ରଖିବା ଏବଂ ଆଦିବାସୀ ଅଞ୍ଚଳରେ ଇକୋ-ଟୁରିଜିମକୁ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ହୋଇଛି ।

    ପେସା ଅଧିନିୟମର ଓଡ଼ିଶା ଭିତ୍ତିକ ନିୟମାବଳୀର ଅନୁଧ୍ୟାନ ପାଇଁ ଏକ ଆନ୍ତଃ-ବିଭାଗୀୟ କମିଟି ଗଠନ କରାଯିବ । ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ, କେନ୍ଦୁଝର ସାଂସଦ, ନବରଙ୍ଗପୁର ସାଂସଦଙ୍କ ସହ କମିଟିର ସଦସ୍ୟ ଓ ବିଧାୟକ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.5 ° C
    35.5 °
    35.5 °
    22 %
    2.7kmh
    35 %
    Mon
    38 °
    Tue
    41 °
    Wed
    44 °
    Thu
    43 °
    Fri
    42 °

    ସମ୍ବନ୍ଧିତ