Saturday, March 21, 2026
32.6 C
Odisha

    ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ପିଲା ଜନ୍ମ

    ଆଗକୁ ପଢନ୍ତୁ

    ଜଣେ ମହିଳାଙ୍କୁ ତୃଟିପୂର୍ଣ୍ଣ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ଖାଉଟି କମିଶନ ପ୍ରତିପକ୍ଷଙ୍କୁ ଦଣ୍ଡିତ କରିଛନ୍ତି ।ସୂଚନା ଅନୁସାରେ, ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ମୁଳିଶିଂ ଗ୍ରାମର ବୁଦ୍ଧେଶ୍ୱର୍ ସାହୁ ଓ ତାଙ୍କ ପତ୍ନୀ ସୁମନ ସାହୁ ଦୁଇଟି ସନ୍ତାନର ଜନକ ଜନନୀ ହେବା ପରେ ରାଜ୍ୟ ସରକାରଙ୍କର ପରିବାର ନିୟୋଜନ ବ୍ୟବସ୍ଥା ମାଧ୍ୟମରେ ଅସ୍ତ୍ରୋପଚାର କରାଇଥିଲେ । ମଣିଜଙ୍ଗା ମେଡ଼ିକାଲ ଦ୍ୱାରା ଆୟୋଜିତ ଏକ ଅସ୍ତ୍ରୋପଚାର ଶିବିରରେ ସ୍ଥାନୀୟ ଆଶା ଦିଦିଙ୍କ ମାଧ୍ୟମରେ ପ୍ରଭାବିତ ହୋଇ ସୁମନ ସାହୁ ଅସ୍ତ୍ରୋପଚାର ପାଇଁ ରାଜି ହୋଇଥିଲେ । ମାତ୍ର ଆଶ୍ଚର୍ଯ୍ୟର କଥା ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ପୁଣି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଅସ୍ତ୍ରୋପଚାର ପରେ ସୁମନ ମଧ୍ୟ ଶାରୀରିକ ସ୍ତରରେ ବାରମ୍ୱାର ଅସୁସ୍ଥ ଅନୁଭବ କରୁଥିଲେ । ଡାକ୍ତରମାନେ ତାଙ୍କୁ ଗର୍ଭପାତ କରାଇବା ପାଇଁ ପରାମର୍ଶ ଦେଇଥିଲେ । ବୁଦ୍ଧେଶ୍ୱର ଜୀବିକାରେ ଜଣେ ଡ୍ରାଇଭର । ତାଙ୍କର ସ୍ୱଳ୍ପ ରୋଜଗାର ଉପରେ ଏପରି ଏକ ଅସ୍ୱାଭାବିକ ଘଟଣା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ପାଲଟିଥିଲା । ଡାକ୍ତର ମାନଙ୍କର ଏପରି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଦ୍ୱାରା ପ୍ରଭାବିତ ହୋଇ ନ୍ୟାୟ ପାଇବା ପାଇଁ ବୁଦ୍ଧେଶ୍ୱର ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଉପଭୋକ୍ତା ସଙ୍ଗଠନର ରାଜ୍ୟ ସଭାପତି ସ୍ନେହମୟୀ ଆଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀମତୀ ଆଚାର୍ଯ୍ୟ ମଧ୍ୟ ଜିଲ୍ଲା ଖାଉଟି ଅଦାଲତରେ ଏପରି ସ୍ପର୍ଶକାତର ଘଟଣା ସମ୍ପର୍କରେ କେଶ୍ ଦାୟର କରିଥିଲେ । ଆଜି ଜିଲ୍ଲା ଖାଉଟି ଅଦାଲତରେ ବରିଷ୍ଠ ଆଇନଜୀବୀ ଓମ୍ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖାଉଟି ଅଦାଲତର ଡିସିଡିଆର୍ ସି ପ୍ରଭାତ କୁମାର ପାଢ଼ୀ ବିଭାଗୀୟ ସଭ୍ୟା ମଧୁସ୍ମିତା ସ୍ୱାଇଁ ପ୍ରତିପକ୍ଷଙ୍କୁ ୬୦,୦୦୦ ଟଙ୍କାର ଦଣ୍ଡାଦେଶ ଧାର୍ଯ୍ୟ କରିଛନ୍ତି । ଶୁଣାଣୀ ସମୟରେ ଉଭୟ ଦମ୍ପତି ଉପଭୋକ୍ତା କର୍ମୀ ଜାମିନୀ କାନ୍ତ ନନ୍ଦ ଓ ରଶ୍ମିତା ନାୟକ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ