Saturday, October 10, 2026
23.6 C
Odisha

    ଜମ୍ମୁ-କଶ୍ମିରରେ ସେନା ଆତଙ୍କବାଦୀ ଗୁଳିମାଡ଼; ଦୁଇ ଯବାନ ଶହୀଦ

    ଆଗକୁ ପଢନ୍ତୁ

    ଜାମ୍ମୁ କାଶ୍ମୀର: ଶନିବାର ଜମ୍ମୁ କଶ୍ମିରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଗୁଳିମାଡ଼ ହୋଇଛି। ଅପରାହ୍ନରେ ଘଟିଥିବା ଏହି ଗୁଳିମାଡ଼ରେ ଦୁଇ ସୈନିକ ଶହୀଦ ହୋଇଥିବାବେଳେ ତିନିଜଣ ସୈନିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଗୁଳିମାଡ଼ ପରେ ଘଞ୍ଚ ଜଙ୍ଗଲ ଭିତରେ ଆତଙ୍କବାଦୀଙ୍କୁ ନିପାତ ସନ୍ଧାନ ଆରମ୍ଭ କରିଛି ସେନା। ଶନିବାର ଅପରାହ୍ନରେ ଦକ୍ଷିଣ କଶ୍ମିରର ଅନନ୍ତନାଗରେ ଏହି ଗୁଳିମାଡ଼ ଆରମ୍ଭ ହୋଇଥିଲା। ଯେଉଁଥିରେ ପୂର୍ବରୁ ଜଣେ ସୈନିକ ଆହତ ହେବାର ଖବର ଆସିଥିଲା, କିଛି ସମୟ ପରେ ଅନ୍ୟ ଜଣେ ସୈନିକ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେନା ଜାରି କରାଯାଇଥିବା ପ୍ରତିକ୍ରିୟାରେ ତିନି ଜଣ ଆହତ ସୂଚନା ସହିତ ଦୁଇ ସୈନିକଙ୍କ ଶହୀଦ ହେବାର ଖବର ଆସିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ