ଜମ୍ମୁ କଶ୍ମୀର : ଜମ୍ମୁକଶ୍ମୀର କିସ୍ତୱାରରେ ପୁଣି ଯବାନ ଓ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୮ ଜଣ ଯବାନ ଆହତ ହୋଇଛନ୍ତି । ଆଗକୁ ଗଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ସେପଟେ ରାଜଧାନୀ ଦିଲ୍ଲୀକୁ ମଧ୍ୟ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।
ଭାରତୀୟ ସେନାର ଜମ୍ମୁ-ସ୍ଥିତ ହ୍ୱାଇଟ୍ ନାଇଟ୍ କର୍ପସ ‘ଅପରେସନ୍ ତ୍ରାଶି-I’ ନାମରେ ନାମିତ ଏହି ଅଭିଯାନ ଗତକାଲି ମଧ୍ୟାହ୍ନରୁ ଆରମ୍ଭ ହୋଇଥିଲା । ତେବେ ଏମାନେ ଜୈସ-ଏ-ମହମ୍ମଦର ଆତଙ୍କୀ ବୋଲି ଜଣାପଡି । ସେନାର ୩ ଯବାନଙ୍କୁ ଏୟାରଲିଫ୍ଟ କରାଯାଇଛି ।
X ରେ ଏକ ପୋଷ୍ଟରେ, ହ୍ୱାଇଟ୍ ନାଇଟ୍ କର୍ପସ କହିଛି ଯେ, ସୁରକ୍ଷା ବାହିନୀ ଜମ୍ମୁ ଓ କାଶ୍ମୀର ପୋଲିସ ସହିତ ମିଳିତ ଆତଙ୍କବାଦ ବିରୋଧୀ ଅଭ୍ୟାସର ଅଂଶ ଭାବରେ ଏକ ସୁଚିନ୍ତିତ ସର୍ଚ୍ଚ ଅପରେସନ୍ ସମୟରେ ଚାଟରୁର ଉତ୍ତର-ପୂର୍ବରେ ଥିବା ସାଧାରଣ ଅଞ୍ଚଳ ସୋନାରରେ ଆତଙ୍କବାଦୀଙ୍କ ସହ ଲଢେଇ ହୋଇଥିଲା ।
ସୈନ୍ଯମାନେ ଘେରାବନ୍ଦୀଙ୍କୁ ଆହୁରି କଡାକଡି କରି ଏମାନଙ୍କୁ ଧରିବା ପାଇଁ ଅନ୍ଯନ୍ଯ ପୋଲିସ ଫୋର୍ସଙ୍କୁ ମଧ୍ୟ ଡକାଇଥିଲେ । କିସ୍ତୱାରରେ ସୁରକ୍ଷାବଳ ଗାଡ଼ିକୁ ଯାଞ୍ଚ କରୁଛନ୍ତି । ସୋନାର ଅଞ୍ଚଳରେ ଅତିରିକ୍ତ ସୁରକ୍ଷାବଳ ପଠାଯାଇଛି । ସ୍ନିଫର ଡଗ୍ ର ସହାୟତା ନିଆଯାଇଛି ।
ସେନା ତରଫରୁ ଏହି ଅପରେସନ ରବିବାର ଆରମ୍ଭ ହୋଇଥିଲା । ଜମ୍ମୁ-ସ୍ଥିତ ହ୍ୱାଇଟ୍ ନାଇଟ୍ କର୍ପସ ‘ଅପରେସନ୍ ତ୍ରାଶି-I’ ନାମରେ ନାମିତ କରିଛି । ଏହି ଅପରେସନରେ ଜମ୍ମୁ କଶ୍ମୀର ପୋଲିସ, ସେନା, ସିଆରପିଏଫ ଜଡିତ ହୋଇଛି । ପୁରା ଅଞ୍ଚଳରେ ଡ୍ରୋନ ସହାୟତାରେ ନଜର ରଖାଯାଇଛି ।

