Wednesday, June 24, 2026
26.8 C
Odisha

    ଜମ୍ମୁ କଶ୍ମୀର କିସ୍ତୱାରରେ ଯବାନ ଓ ଆତଙ୍କୀ ମୁହାଁମୁହିଁ : ୮ ଯବାନ ଆହତ, ସେନାର ‘ଅପରେସନ୍ ତ୍ରାଶି-I’ ଜାରି

    ଆଗକୁ ପଢନ୍ତୁ

    ଜମ୍ମୁ କଶ୍ମୀର : ଜମ୍ମୁକଶ୍ମୀର କିସ୍ତୱାରରେ ପୁଣି ଯବାନ ଓ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୮ ଜଣ ଯବାନ ଆହତ ହୋଇଛନ୍ତି । ଆଗକୁ ଗଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ସେପଟେ ରାଜଧାନୀ ଦିଲ୍ଲୀକୁ ମଧ୍ୟ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।

    ଭାରତୀୟ ସେନାର ଜମ୍ମୁ-ସ୍ଥିତ ହ୍ୱାଇଟ୍ ନାଇଟ୍ କର୍ପସ ‘ଅପରେସନ୍ ତ୍ରାଶି-I’ ନାମରେ ନାମିତ ଏହି ଅଭିଯାନ ଗତକାଲି ମଧ୍ୟାହ୍ନରୁ ଆରମ୍ଭ ହୋଇଥିଲା । ତେବେ ଏମାନେ ଜୈସ-ଏ-ମହମ୍ମଦର ଆତଙ୍କୀ ବୋଲି ଜଣାପଡି । ସେନାର ୩ ଯବାନଙ୍କୁ ଏୟାରଲିଫ୍ଟ କରାଯାଇଛି ।

    X ରେ ଏକ ପୋଷ୍ଟରେ, ହ୍ୱାଇଟ୍ ନାଇଟ୍ କର୍ପସ କହିଛି ଯେ, ସୁରକ୍ଷା ବାହିନୀ ଜମ୍ମୁ ଓ କାଶ୍ମୀର ପୋଲିସ ସହିତ ମିଳିତ ଆତଙ୍କବାଦ ବିରୋଧୀ ଅଭ୍ୟାସର ଅଂଶ ଭାବରେ ଏକ ସୁଚିନ୍ତିତ ସର୍ଚ୍ଚ ଅପରେସନ୍ ସମୟରେ ଚାଟରୁର ଉତ୍ତର-ପୂର୍ବରେ ଥିବା ସାଧାରଣ ଅଞ୍ଚଳ ସୋନାରରେ ଆତଙ୍କବାଦୀଙ୍କ ସହ ଲଢେଇ ହୋଇଥିଲା ।

    ସୈନ୍ଯମାନେ ଘେରାବନ୍ଦୀଙ୍କୁ ଆହୁରି କଡାକଡି କରି ଏମାନଙ୍କୁ ଧରିବା ପାଇଁ ଅନ୍ଯନ୍ଯ ପୋଲିସ ଫୋର୍ସଙ୍କୁ ମଧ୍ୟ ଡକାଇଥିଲେ । କିସ୍ତୱାରରେ ସୁରକ୍ଷାବଳ ଗାଡ଼ିକୁ ଯାଞ୍ଚ କରୁଛନ୍ତି । ସୋନାର ଅଞ୍ଚଳରେ ଅତିରିକ୍ତ ସୁରକ୍ଷାବଳ ପଠାଯାଇଛି । ସ୍ନିଫର ଡଗ୍ ର ସହାୟତା ନିଆଯାଇଛି ।

    ସେନା ତରଫରୁ ଏହି ଅପରେସନ ରବିବାର ଆରମ୍ଭ ହୋଇଥିଲା । ଜମ୍ମୁ-ସ୍ଥିତ ହ୍ୱାଇଟ୍ ନାଇଟ୍ କର୍ପସ ‘ଅପରେସନ୍ ତ୍ରାଶି-I’ ନାମରେ ନାମିତ କରିଛି । ଏହି ଅପରେସନରେ ଜମ୍ମୁ କଶ୍ମୀର ପୋଲିସ, ସେନା, ସିଆରପିଏଫ ଜଡିତ ହୋଇଛି । ପୁରା ଅଞ୍ଚଳରେ ଡ୍ରୋନ ସହାୟତାରେ ନଜର ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.8 ° C
    26.8 °
    26.8 °
    78 %
    3.4kmh
    100 %
    Wed
    26 °
    Thu
    39 °
    Fri
    38 °
    Sat
    37 °
    Sun
    33 °

    ସମ୍ବନ୍ଧିତ