Tuesday, September 29, 2026
24.9 C
Odisha

    ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ମୋଦୀ ସରକାର ଭରପୂର ଚେଷ୍ଟା କରିଛନ୍ତି। ଚଳିତ ବଜେଟରେ ସମସ୍ତ ବର୍ଗକୁ ଖୁସି କରିବା ଭଳି ଘୋଷଣାମାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏସବୁ ଭିତରେ ସାଧାରଣ ଲୋକମାନେ ବଜେଟକୁ ନେଇ ଏକ ପ୍ରଶ୍ନ ଉଠାନ୍ତିଯେ କଣ ଶସ୍ତା ହେଲା ଆଉ କଣ ମହାଙ୍ଗା ହେଲା। ତେବେ ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଅନୁସାରେ ୩ ପ୍ରକାର କ୍ୟାନ୍‌ସର୍‌ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ । ଔଷଧ ଏବଂ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ । ଫଳରେ କ୍ୟାନସର ଔଷଧ ଶସ୍ତା ହେବ। ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ। ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ। ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ । ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ ଶସ୍ତା ହେବ । ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରଯାଇଛି। ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ। ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ ।
    ମହଙ୍ଗା ସାମଗ୍ରୀ

    -ପେଟ୍ରୋକେମିକାଲ ଉତ୍ପାଦ, -ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ, -ଟେଲିକମ୍ ଉପକରଣ।

    ଶସ୍ତା ସାମଗ୍ରୀ, କ୍ୟାନସର ଔଷଧ -ସୁନା, ରୁପା, ପ୍ଲାଟିନମ,କୋବାଲଟ, -ସୋଲାର ସେଲ,ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ, -ଚମଡ଼ା -ବୟନ ସାମଗ୍ରୀ, -ଜୋତା, -ସାମୁଦ୍ରିକ ଉତ୍ପାଦ ଇତ୍ୟାଦି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ