Monday, March 23, 2026
32.9 C
Odisha

    ଜାଣନ୍ତୁ କେଉଁ ଗ୍ରହଙ୍କ ପାଇଁ ହୁଏ କି ରୋଗ, କେମିତି ଦୂର ହେବ ସମସ୍ୟା

    ଆଗକୁ ପଢନ୍ତୁ

    ଜ୍ୟୋତିଷଶାସ୍ତ୍ର ଅନୁସାରେ ଗ୍ରହଙ୍କ ସ୍ଥିତି ଓ ପ୍ରଭାବରୁ ଶାରୀରିକ, ମାନସିକ ଓ ଭାବନାତ୍ମକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଗ୍ରହଙ୍କ ଶୁଭ ପ୍ରଭାବ ଶରୀରକୁ ସୁସ୍ଥ ରଖିଥାଏ । ଅଶୁଭ ପ୍ରଭାବ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିଥାଏ । କୌଣସି ବ୍ୟକ୍ତି ବିଶେଷଙ୍କ ଜାତକରେ ଗ୍ରହ ଅଶୁଭ ସ୍ଥିତିରେ ରହିବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ବାରମ୍ବାର ଶରୀର ରୋଗଗ୍ରସ୍ତ ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ସମସ୍ୟାର ସମାଧାନ ପାଇଁ ଅନେକ ସରଳ ଉପାୟ ବର୍ଣ୍ଣନା କରାଯାଇଛି। ଏହାସହ କେଉଁ ଗ୍ରହଙ୍କ ପ୍ରଭାବରୁ ସ୍ୱାସ୍ଥ୍ୟ ଜନିତ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ, ତାହା ମଧ୍ୟ ବର୍ଣ୍ଣନା କରାଯାଇଛି । ଜାଣନ୍ତୁ..

    ସୂର୍ଯ୍ୟ – ସୂର୍ଯ୍ୟ ଦେବତା ଆତ୍ମବିଶ୍ୱାସ, ହାଡ, ଚକ୍ଷୁ ଓ ହୃଦୟକୁ ନିୟନ୍ତ୍ରିତ କରିଥାନ୍ତି ବୋଲି ମାନ୍ୟତା ରହିଛି । ଜୀବନରେ ସକରାତ୍ମକ ଶକ୍ତି ରଖିଥାନ୍ତି ।
    ଅଶୁଭ ପ୍ରଭାବରୁ – ହାଡ ଦୁର୍ବଳ ହୋଇଥାଏ, ଦୃଷ୍ଟିଶକ୍ତି ଦୁର୍ବଳ, ହୃଦୟ ରୋଗ, ଆତ୍ମବିଶ୍ୱାସର ଅଭାବ ହୋଇଥାଏ । ସୂର୍ଯ୍ୟ ଜାତକରେ ଦୁର୍ବଳ ହେବା ଦ୍ୱାରା ଥକ୍କାପଣ, ଆଳସ୍ୟ ଓ ମାନସିକ ଦୁଃଶ୍ଚିନ୍ତା ଅନୁଭବ ହୋଇଥାଏ ।

    ଚନ୍ଦ୍ରମା – ଚନ୍ଦ୍ରମା ମନ, ମାନସିକ ଶାନ୍ତି, ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିଥାନ୍ତି । ଭାବନାର କାରକ ଅଟନ୍ତି ।
    ଅଶୁଭ ପ୍ରଭାବ- ମାନସିକ ଦୁଃଶ୍ଚିନ୍ତା, ଅସ୍ଥିରତା, ଅନିଦ୍ରା, ନିଦ ଜନିତ ସମସ୍ୟା, ଉଚ୍ଚ କିମ୍ବା ନିମ୍ନ ରକ୍ତଚାପ ହୋଇଥାଏ।

    ମଙ୍ଗଳ – ଶକ୍ତି, ରକ୍ତ, ମାଂସପେଶୀ ଓ ଶାରୀରିକ ଶକ୍ତିକୁ ନିୟନ୍ତ୍ରଣ କରିଥାଏ ।
    ଅଶୁଭ ପ୍ରଭାବରୁ – ରକ୍ତ ଜନିତ ସମସ୍ୟା, ଦୁର୍ଘଟଣା, ଖଣ୍ଡିଆ ହେବା, ଅସ୍ତ୍ରୋପଚାର ଆଦି ହୋଇଥାଏ ।

    ବୁଧ- ତ୍ୱଚା, ଚିନ୍ତାଧାରା ଓ ସ୍ମରଣ ଶକ୍ତିକୁ ନିୟନ୍ତ୍ରଣ କରିଥାଏ ।
    ଅଶୁଭ ପ୍ରଭାବରୁ – ତ୍ୱଚା ରୋଗ, ମୁଣ୍ଡ ବିନ୍ଧା ଓ ମୁଣ୍ଡ ବୁଲାଇବା ଆଦି ସମସ୍ୟା ହୋଇଥାଏ । ଚିନ୍ତା, ଭ୍ରମ ଓ ତ୍ୱଚାରେ ବ୍ରଣ ସମସ୍ୟା ହୋଇଥାଏ ।

    ବୃହସ୍ପତି- ଯକୃତ, ମୋଟାପଣ ଓ ମଧୁମେହ ସହ ଜଡିତ । ବିକାଶ ଓ ଜ୍ଞାନର ମଧ୍ୟ ପ୍ରତୀକ ।
    ଅଶୁଭ ପ୍ରଭାବରୁ – ପାଚନ ତନ୍ତ୍ରରେ ସମସ୍ୟା, ମଧୁମେହ ଓ ମୋଟାପଣର ଶିକାର, ପାଚନ ଜନିତ ସମସ୍ୟା, ବଦହଜମି ହୋଇଥାଏ ।

    ଶୁକ୍ର –ପ୍ରଜନନ ସମସ୍ୟା, ବୃକକ୍‌, ଗଳା ସହ ଜଡିତ । ସୁନ୍ଦରତା ଓ ଜୀବନଶୈଳୀର ମଧ୍ୟ ପ୍ରତୀକ ।
    ଅଶୁଭ ପ୍ରଭାବରୁ –ସନ୍ତାନ ଜନିତ ସମସ୍ୟା, ଷ୍ଟୋନ୍‌ ଆଦି ସମସ୍ୟା ହେଇଥାଏ ।ଶୁକ୍ର ଦୁର୍ବଳ ହେଲେ ତ୍ୱଚାର ଚମକ ହ୍ରାସ ପାଇଥାଏ । ଗଳାରେ ସଂକ୍ରମଣ ହୋଇଥାଏ ।

    ଶନି –ହାଡ, ଆଣ୍ଠୁଗଣ୍ଠି, ଦାନ୍ତ ଓ ତ୍ୱଚା ଜନିତ ସମସ୍ୟା ହୋଇଥାଏ । ଶନି କର୍ମ ଓ ଦୀର୍ଘାୟୁ ସ୍ୱାସ୍ଥ୍ୟର ପ୍ରତୀକ ।
    ଅଶୁଭ ପ୍ରଭାବ- ହାଡ, ଆଣ୍ଠୁଗଣ୍ଠି ଜନିତ ସମସ୍ୟା, ଦାନ୍ତ ସମସ୍ୟା
    ଶନି ଦୁର୍ବଳ ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥାଏ ।

    ରାହୁ,କେତୁ- ଉଭୟ ଛାୟା ଗ୍ରହ । ଭ୍ରମ, ମାନସିକ ରୋଗ, ତ୍ୱଚା ରୋଗ ସହ ଜଡିତ ।
    ଅଶୁଭ ପ୍ରଭାବରୁ – ମାନସିକ ଅସ୍ଥିରତା, ଚିନ୍ତା, ହଠାତ୍‌ ରୋଗଗ୍ରସ୍ତ ହୋଇଥାନ୍ତି । ବ୍ୟକ୍ତି ଭ୍ରମ ଓ ଭୟର ଅନୁଭବ କରିଥାଏ ।ଗ୍ରହଙ୍କ

    ଅଶୁଭ ପ୍ରଭାବରୁ ମୁକ୍ତି ପାଇଁ ପ୍ରତିକାର-
    ସୂର୍ଯ୍ୟଗ୍ରହଙ୍କ ଶୁଭଫଳ ପାଇଁ- ରବିବାର ସକାଳେ ତମ୍ବା ଲୋଟାରେ ଜଳ, ଲାଲ ଫୁଲ, ଚାଉଳ ଆଦି ଅର୍ଘ୍ୟ ଅର୍ପଣ କରନ୍ତୁ । ଏହାସହ ‘ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ୧୦୮ ଥର ଜପ କରନ୍ତୁ। ଗୁଡ ଓ ଗହମ ଦାନ କରନ୍ତୁ ।

    ଚନ୍ଦ୍ରମା- ଶିବଲିଙ୍ଗରେ ଜଳ ଓ କ୍ଷୀର ଅର୍ପଣ କରନ୍ତୁ । ଚାଉଳ ଓ ଧଳା ବସ୍ତ୍ର ଦାନ କରନ୍ତୁ । ମାନସିକ ଶାନ୍ତି ମିଳିଥାଏ ।

    ମଙ୍ଗଳ- ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ । ମଙ୍ଗଳ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ । ମସୁର ଡାଲି, ଲାଲ ବସ୍ତ୍ର ଦାନ କରନ୍ତୁ । ସରଳ ମନ୍ତ୍ର ଜପ କରନ୍ତୁ । ସାହସ ଓ ଶକ୍ତି ବୃଦ୍ଧି ହୋଇଥାଏ ।

    ବୁଧ- ପ୍ରଭୁ ଗଣେଶଙ୍କୁ ପୂଜା କରନ୍ତୁ । ସବୁଜ ବସ୍ତ୍ର,ମୁଗ ଦାନ କରନ୍ତୁ ।ବୃହସ୍ପତି- ଗୁରୁବାର ଅଶ୍ୱତ୍ଥ ବୃକ୍ଷ ମୂଳେ ପୂଜା କରନ୍ତୁ । ସରଳ ମନ୍ତ୍ର ଜପ କରନ୍ତୁ । ଆତ୍ମବିଶ୍ୱାସରେ ବୃଦ୍ଧି ହୋଇଥାଏ । ହଳଦୀ, ଚଣା ଡାଲି ଦାନ କରନ୍ତୁ । ଆଶୀର୍ବାଦ ପ୍ରାପ୍ତି ହେବ ।

    ଶୁକ୍ର – ଶୁକ୍ରବାର ମା’ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ‘ଓଁ ଶୁକ୍ରାୟ ନମଃ’ ମନ୍ତ୍ର ଜପ କରନ୍ତୁ । ଜୀବନରେ ସୌଭାଗ୍ୟ ଓ ଐଶ୍ୱର୍ଯ୍ୟ ବୃଦ୍ଧି ହେବ । ଚାଉଳ, ଦହି ଦାନ କଲେ ଶୁଭଫଳ ମିଳିବ ।

    ଶନି – ଶନିବାର ଅଶ୍ୱତ୍ଥ ବୃକ୍ଷ ମୂଳେ ପୂଜା କରିବା ସହ ଶନିଙ୍କ ସରଳ ମନ୍ତ୍ର ଜପ କରନ୍ତୁ । ଲୁହା ଜିନିଷ ଦାନ କରନ୍ତୁ ।
    ଏହି ଉପାୟ ପାଳନ କରିବା ଦ୍ୱାରା ମାନସିକ ଶାନ୍ତି, ସୁସ୍ଥ ଶରୀର ପ୍ରାପ୍ତି କରିବାରେ ସହାୟକ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.9 ° C
    32.9 °
    32.9 °
    18 %
    2.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ