Monday, October 12, 2026
23.8 C
Odisha

    ସାଉଦି ଆରବରେ ୯ ଭାରତୀୟ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସାଉଦି ଆରବର ଜିଜାନ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୯ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ଜେଦାହସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ବୁଧବାର ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଦୂତାବାସ ପକ୍ଷରୁ ମୃତକଙ୍କ ପରିବାରବର୍ଗକୁ ଯୋଗାଯୋଗ କରାଯିବା ସହିତ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦିଆଯାଇଛି।ଏହି ଘଟଣା ଜଣାପଡ଼ିବା ପରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଗଭୀର ଶୋକପ୍ରକାଶ କରିଛନ୍ତି। ଜେଦାହସ୍ଥିତ ଦୂତାବାସ ସହିତ ସେ କଥାବାର୍ତ୍ତା ହୋଇ ମୃତକଙ୍କ ପରିବାର ଲୋକକୁ ସମସ୍ତ ପ୍ରକାର ସହାୟତା କରିବାକୁ କହିଛନ୍ତି। ଦୂତାବାସ ପକ୍ଷରୁ ହେଲପଲାଇନ ନମ୍ବର ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    76 %
    1.1kmh
    2 %
    Mon
    23 °
    Tue
    30 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ