Saturday, August 1, 2026
25.6 C
Odisha

    ଜାଣନ୍ତୁ ଜୁଆଣିର ସ୍ୱାସ୍ଥ୍ୟ ଉପକାରୀ ଲାଭ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ଖରାପ ଜୀବନଶୈଳୀ ପାଇଁ ଗ୍ୟାସ୍ ଓ ବଦହଜମୀ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଯାହା ଘରେ ଘରେ ଏବେ ସାଧାରଣ ସମସ୍ୟା ପାଲଟିଗଲାଣି । ବାହାରର ତେଲିଆ ଓ ଜଙ୍କ ଖାଦ୍ୟର ଅତ୍ୟଧିକ ସେବନ, ମାନସିକ ଚାପ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗି ରହିବା ଏବଂ ବ୍ୟାୟାମର ଅଭାବ ଏହି ସମସ୍ୟାଗୁଡ଼ିକର ପ୍ରମୁଖ କାରଣ । ତେଣୁ ଶରୀରକୁ ସ୍ୱସ୍ଥ ରଖିବା ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ଏପରିକି ଶରୀରକୁ ସୁସ୍ଥ ରଖିବା ପାଇଁ ଘରୋଇ ଉପଚାର ମଧ୍ୟ ଆପଣାଇଥାନ୍ତି । ସେହିଭଳି ଏକ ଘରୋଇ ଉପଚାର ହେଉଛି ଜୁଆଣି ।

    ଜୁଆଣିକୁ ସାଧାରଣତଃ ଆମେ ମସଲାରେ ବ୍ୟବହାର କରିଥାଉ । ଏହା କେବଳ ରୋଷେଇ କାର୍ଯ୍ୟରେ ନୁହେଁ ବରଂ ଔଷଧ ଭାବରେ ମଧ୍ୟ କାମ କରେ । ଏହାକୁ ବ୍ୟବହାର କଲେ ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ । କୁହାଯାଏ ଯଦି ଘର ବାଡ଼ିରେ ଗୋଟିଏ ମାତ୍ର ଜୁଆଣି ଗଛ ଲଗାଉଛନ୍ତି, ତେବେ ଏହା ଆପଣଙ୍କର ଏକାଧିକ କାମରେ ଆସିଥାଏ । ଜୁଆଣିରେ ଭରପୁର ମାତ୍ରାରେ ପୋଷଣ ରହିଛି । ଏହାକୁ ଜୁସ କରି ପିଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆଖିକୁ ଛୋଟ ଦିଶୁଥିବା ଏହି ଜୁଆଣି ଅନେକ ଗମ୍ଭୀର ସମସ୍ୟାରୁ ମୁକ୍ତି ଦେଇଥାଏ । ତେଣୁ ଏହାକୁ ନିୟମିତ ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ସାବ୍ୟସ୍ତ ହୋଇପାରେ । ହେଲେ ଏବେ ଆସନ୍ତୁ ଏହା ଖାଇବା ଦ୍ବାରା କେଉଁ ସବୁ ରୋଗରୁ ରକ୍ଷା କରେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

    ଶ୍ବାସକ୍ରିୟା ସମସ୍ୟାରୁ ମୁକ୍ତି ଦିଏ : ଜୁଆଣୀରେ ଥାଇମଲ୍ ନାମକ ଏକ ତତ୍ତ୍ବ ଥାଏ । ଯାହା ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଇନଫ୍ଲୋମେଣ୍ଟାରୀ ଗୁଣରେ ଭରପୁର ହୋଇ ରହିଛି । ଯଦି ଆପଣ ଥଣ୍ଡା, କାଶ, ନାକ ବନ୍ଦ ହୋଇଯାଏ କିମ୍ବା ଶ୍ୱାସରୋଗରେ ପୀଡିତ, ତେବେ ଆପଣ ଜୁଆଣି ଖାଇବା ଉଚିତ୍ । ଏହି ସମସ୍ୟା ପାଇଁ ଜୁଆଣୀ ପାଣିର ମଧ୍ୟ ବ୍ୟବହାର କରିପାରିବେ ।

    ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ: ବୟସ ବଢିବା ସହିତ ଆଣ୍ଠୁ ଓ ଗଣ୍ଠି ଯନ୍ତ୍ରଣା ଦେଖିବାକୁ ମିଳିଥାଏ । ଜୁଆଣୀରେ ପ୍ରଦାହ ବିରୋଧୀ ଗୁଣ ଥିବାରୁ ଏହା ଗଣ୍ଠି ଫୁଲା ଏବଂ ଯନ୍ତ୍ରଣା କମାଇବା ପାଇଁ ପ୍ରଭାବଶାଳୀ । ଏହି ସମସ୍ୟା ପାଇଁ ଜୁଆଣିର କାଢା କରି ପିଅନ୍ତୁ । ନଚେତ୍ ଜୁଆଣି ତେଲକୁ ଆଣ୍ଠୁ ଓ ଗଣ୍ଠି ଯନ୍ତ୍ରଣା ହେଉଥିବା ସ୍ଥାନରେ ମାସିଲ କରନ୍ତୁ । ଯାହା ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବ ।

    ଓଜନ ହ୍ରାସ କରେ : ଯଦି ଆପଣ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଏଥିପାଇଁ ଜୁଆଣୀ ଏକ ପ୍ରାକୃତିକ ଚର୍ବି ନଷ୍ଟକାରୀ ଭାବରେ କାର୍ଯ୍ୟ କରିପାରିବ । ସକାଳେ ଖାଲି ପେଟରେ ଉଷୁମ ଜୁଆଣି ପାଣି ପିଇବା ଦ୍ୱାରା ଆପଣଙ୍କର ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ । ଯାହା କ୍ୟାଲୋରୀକୁ ଶୀଘ୍ର ନଷ୍ଟ କରିବାରେ ସାହାଯ୍ୟ କରେ ଏବଂ ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିଥାଏ ।

    ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ: ଜୁଆଣିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରହିଛି । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରିଥାଏ ଏବଂ ପରିବର୍ତ୍ତନଶୀଳ ପାଗ ଯୋଗୁଁ ହେଉଥିବା ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    1.3kmh
    100 %
    Sat
    30 °
    Sun
    31 °
    Mon
    31 °
    Tue
    31 °
    Wed
    30 °

    ସମ୍ବନ୍ଧିତ