Sunday, June 22, 2025
25.8 C
Odisha

ଜାଣନ୍ତୁ ଡାଳିମ୍ବ ଚୋପାରେ ଔଷଧୀୟ ଗୁଣ

ଆଗକୁ ପଢନ୍ତୁ

ଖାଇବା ପାଇଁ ଡାଳିମ୍ବ ଯେତେ ସୁଆଦିଆ ଶରୀର ପାଇଁ ମଧ୍ୟ ସେତିକି ସ୍ବାସ୍ଥ୍ୟକର । ଶରୀର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କିଛି ବ୍ୟକ୍ତି ନିୟମିତ ଭାବେ ଡାଳିମ୍ବ ମଞ୍ଜି ଖାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଡାଳିମ୍ବ ମଞ୍ଜି ଭଳି ତାହାର ଚୋପାରେ ମଧ୍ୟ ଅନେକ ଉପକାରୀ ଗୁଣ ରହିଛି। ଏହାର ଚୋପାରେ ଥିବା ଆଣ୍ଟିଏକ୍ସିଡ଼େଣ୍ଟ ପାଚନ ପକ୍ରିୟା ସକ୍ରିୟ କରିଥାଏ । ଏହା ସହ କର୍କଟ ସହ ଶରୀରର ବିଭିନ୍ନ ରୋଗ ସମସ୍ୟା ଦୂର କରିଥାଏ । ଆସନ୍ତୁ ଜାଣିବା ଡାଳିମ୍ବ ଚୋପାର ଉପକାରିତା ।

ଶରୀରକୂ ସୁସ୍ଥ ରଖିବା ପାଇଁ ଡାଳିମ୍ବ ଚୋପା ପ୍ରସ୍ତୁତ ଚାକୁ ଦୈନିକ ସେବନ କରିବା ଦ୍ବାରା ଶରୀର ସୁସ୍ଥ ରହିବ। ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡ଼େଣ୍ଟ ସହିତ ଭିଟାମିନ୍ ସି , ଫେନୋଲିକ୍ସ ଏବଂ ଫ୍ଳେବୋନାଇର୍ଡ୍ସ ଆଦି ପୋଷକ ରହିଥାଏ । ଏଥିରେ ଚା ପ୍ରସ୍ତୁତ କରିବା ପାଇଁ ଡାଳିମ୍ବ ଚୋପାକୁ ସଫା କରି ତାହାକୁ ଶୁଖାଇ ଗୁଣ୍ଡ କରିଦିଅନ୍ତୁ । ଏହି ଗୁଣ୍ଡକୁ ନିତିଦିନ ସକାଳେ ସନ୍ଧ୍ୟାରେ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ।

ପାଚନ ସମ୍ବନ୍ଧୀୟ ସମସ୍ୟା ରହିଥିଲେ ଖାଦ୍ୟ ଗ୍ରହଣର ଏକ ଘଣ୍ଟା ପୂର୍ବରୁ ଉଷୁମ ପାଣି ସହ ଏକ ଚାମଚ ଡ଼ାଲିମ୍ ଚୋପା ଗୁଣ୍ଡ ସେବନ କରନ୍ତୁ । ଏହା ଦ୍ବାରା ପାଚନ ପ୍ରକ୍ରିୟା ସଠିକ୍ ଭାବେ ହୋଇଥାଏ । ଡ଼ାଏରିଆ ବା ପେଟ ଖରାପ ସମୟରେ ଏହାର ସେବନ ବହୁ ଲାଭକାରୀ ହୋଇଥାଏ ।

ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡ଼େଣ୍ଟ ସହିତ ଭିଟାମିନ୍ ସି , ଫେନୋଲିକ୍ସ ଏବଂ ଫ୍ଳେବୋନାଇର୍ଡ୍ସ ଆଦି ରହିଥାଏ ଯାହା ହୃଦଜନିତ ରୋଗରୁ ରକ୍ଷା କରିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଠିକ୍ ରଖିଥାଏ ।

ପ୍ରତି ଦିନ ଏହାର ସେବନ ଦ୍ବାରା ତ୍ବଚାରେ ଉଜ୍ବଳତା ରହିବା ସହ ଚର୍ମ ସମ୍ବନ୍ଧୀୟ ସଂକ୍ରମଣ ଆଦି ହୋଇନଥାଏ । ଏଥି ସହ ଗଣ୍ଠି ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ହାଡ଼ ଶକ୍ତ ହୋଇଥାଏ ।

ସକାଳେ ସନ୍ଧ୍ୟା ସମୟରେ ଦୈନିକ ଉଷୁମ ପାଣି ସହ ଡ଼ାଳିମ୍ବ ଚୋପା ଗୁଣ୍ଡ ସେବନ କଲେ ଶରୀରରେ ଇମ୍ୟୁନିଟି ବଢ଼ାଇବା ସହ ଆଖି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କର ଗଳା ସମସ୍ୟା ରହିଛି ତେବେ ଏହାର ସେବନ ବହୁ ଲାଭକାରୀ ହୋଇଥାଏ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
25.8 ° C
25.8 °
25.8 °
76 %
1.3kmh
100 %
Sun
34 °
Mon
33 °
Tue
31 °
Wed
26 °
Thu
26 °

ସମ୍ବନ୍ଧିତ