Tuesday, March 31, 2026
35.4 C
Odisha

    ଜାଣନ୍ତୁ ନିର୍ବାଚନ ପୂର୍ବରୁ ବଣ୍ଟାଯାଇଥିବା ଝୋଟ ବ୍ୟାଗ୍‌ରେ କେତେ ହୋଇଥିଲା ଖର୍ଚ୍ଚ

    ଆଗକୁ ପଢନ୍ତୁ

    ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ସବୁଠୁ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଝୋଟ ବ୍ୟାଗ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୭ କୋଟି ୩୬ ଲକ୍ଷ। ବିଧାନସଭା ଚାଲିଥିବା ବେଳେ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ନେଇ ଲିଖିତ ଉତ୍ତର ରଖିଛନ୍ତି। ନିର୍ବାଚନ ପୂବରୁ ୨ଟି ବ୍ୟାଗ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିଲା। ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ ଟଙ୍କା। ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ଥାତ୍ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ହିଁ ମିଳିଥିଲା ୧୦୦୦ ଟଙ୍କା । ଏହା ସହିତ ୨ଟି ଲେଖାଏ ଝୋଟ ବ୍ୟାଗ୍‌ ବି ମିଳିଥିଲା। ସେହିଭଳି ଏଥିରେ ସାମିଲ ଥିବା ପରିବାରଙ୍କୁ ଦୁଇଟି ଲେଖାଏଁ ଝୋଟ ତିଆରି ବ୍ୟାଗ୍‌ ଦେଇଥିଲେ ପୂର୍ବ ସରକାର । ରାଜ୍ୟର ମୋଟ ୯୫.୯୦ ଲକ୍ଷ ପରିବାର ଏଥିରେ ଉପକୃତ ହୋଇଥିଲେ।
    ୯୫.୯୦ ଲକ୍ଷ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ଓ ଦୁଇଟି ଝୋଟ ବ୍ୟାଗ୍‌ ବାବଦକୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ