Tuesday, February 4, 2025
26.4 C
Odisha

    ଜାଣନ୍ତୁ ମନ୍ଦାର ଫୁଲ ଚା’ର ଔଷଧୀୟ ଉପକାରିତା

    ଆଗକୁ ପଢନ୍ତୁ

    ବିଭିନ୍ନ ଫୁଲ ଭିତରେ ମଧ୍ୟ ଅନେକ ଔଷଧୀୟ ଗୁଣ ଭରି ରହିଥାଏ । ମନ୍ଦାର ଫୁଲ ସମସ୍ତେ ନିଶ୍ଚିତ ଭାବରେ ଦେଖିଥିବେ । ଏହି କୋମଳ ଫୁଲ ଅନେକ ଗମ୍ଭୀର ରୋଗକୁ ଭଲ କରିପାରେ । ମନ୍ଦାର ଫୁଲରୁ ଚା’ ତିଆରି କରି ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ଫାଇଦା ମିଳିଥାଏ । କାରଣ, ମନ୍ଦାର ଫୁଲରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ମନ୍ଦାର ଫୁଲରେ ଭିଟାମିନ ସି, କ୍ୟାଲସିୟମ, ଫାଇବର, ଆଇରନ ଆଦି ଭରପୁର ମାତ୍ରାରେ ରହିଥାଏ । ମନ୍ଦାର ଫୁଲ କେଶ ପାଇଁ ବେଶ ଲାଭକାରୀ । ମନ୍ଦାର ଫୁଲକୁ କେଶରେ ଲଗାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଥାଏ । ଏହା ଏକ ଆର୍ୟୁବେଦ ଉପଚାର ଅଟେ । ଆପଣ ମନ୍ଦାର ଫୁଲର ତାଜା ପତ୍ର କିମ୍ବା ଏହାର ପତ୍ରଗୁଡ଼ିକୁ ଶୁଖାଇ ଚା’ ତିଆରି କରିପାରିବେ । ଏଥିରେ ମହୁ ମିଶାଇ ମଧ୍ୟ ଏହାକୁ ପିଇପାରିବେ । ମନ୍ଦାର ଫୁଲକୁ ବାଟି ମୁଣ୍ଡରେ ଲଗାଇବା ଦ୍ୱାରା ଚୁଟି କଳା ହେବା ସହ ରଙ୍ଗ ଚିକଚିକ କରେ । ଏହା ବ୍ୟତୀତ ମନ୍ଦାର ଫୁଲର ଚା’ ମଧ୍ୟ ତିଆରି ହୋଇଥାଏ ।ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ମନ୍ଦାର ଫୁଲର ଚା’ରେ ଅନେକ ପ୍ରକାରର ଔଷଧୀୟ ଗୁଣ ଭରି ରହିଥାଏ । ତେବେ ଆସନ୍ତୁ ମନ୍ଦାର ଫୁଲ ଚା’ର ଗୁଣ ସମ୍ପର୍କରେ ଆଲୋଚନା କରିବା ।

    ବ୍ଲଡ଼ ପ୍ରେସର ହେବ ନିୟନ୍ତ୍ରଣ :
    ଯେଉଁମାନଙ୍କର ପ୍ରାୟତଃ ହାଇ ବ୍ଲଡ଼ ପ୍ରେସରର ସମସ୍ୟା ଥାଏ, ସେମାନେ ନିଶ୍ଚିତ ଭାବରେ ମନ୍ଦାର ଫୁଲର ଚା’ ପିଇବା ଉଚିତ । ମନ୍ଦାର ଫୁଲର ଚା’ରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ୱ ହାଇ ବ୍ଲଡ଼ ପ୍ରେସର କମ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଏହା ବ୍ୟତୀତ, କୋଲେଷ୍ଟ୍ରଲ୍ ଲେବଲକୁ ନିୟନ୍ତ୍ରଣ କରିବା ପାଇଁ ମନ୍ଦାର ଫୁଲର ଚା’ ପିଇବା ମଧ୍ୟ ଭଲ ହୋଇଥାଏ । ତେବେ ମନ୍ଦାର ଫୁଲର ଚା’ ଆପଣଙ୍କ ହାର୍ଟକୁ ମଜବୁତ ରଖିବାରେ ସହାୟକ ହୋଇପାରେ ।

    ଡାଇବେଟିସ୍‌ ପାଇଁ ଉପକାରୀ :
    ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ମନ୍ଦାର ଫୁଲର ଚା’ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ସୁଗାରକୁ ନିୟନ୍ତ୍ରଣ କରିବା ସହିତ, ମନ୍ଦାର ଫୁଲର ଚା’ ଆପଣଙ୍କ ଓଜନକୁ କମ କରିବାରେ ସାହାଯ୍ୟ କରିପାରିବ । ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଏହି ଚା’ ପିଇପାରିବେ । ଏହା ବ୍ୟତୀତ, ଯଦି ଆପଣ ଥକାପଣ ଏବଂ ଷ୍ଟ୍ରେସ୍‌ରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଆପଣ ମନ୍ଦାର ଫୁଲର ଚା’ ମଧ୍ୟ ପିଇପାରିବେ ।

    ଜାଣନ୍ତୁ କିପରି ତିଆରି କରିବେ ମନ୍ଦାର ଫୁଲର ଚା’ :
    ମନ୍ଦାର ଫୁଲର ଚା’ ତିଆରି କରିବାକୁ, ଆପଣଙ୍କୁ ଦୁଇ ଚାମଚ ଶୁଖିଲା ମନ୍ଦାର ଫୁଲ ପାଖୁଡା, ଚାରି କପ୍ ପାଣି, ମହୁ, ପୋଦିନା ପତ୍ର ଏବଂ ଲେମ୍ବୁ ଖଣ୍ଡ ଆବଶ୍ୟକ ହେବ । ପ୍ରଥମେ, ଏକ ପ୍ୟାନରେ ଚାରି କପ ପାଣି ଫୁଟାନ୍ତୁ । ଏବେ ଗ୍ୟାସ୍ ବନ୍ଦ କରି ଫୁଟା ପାଣିରେ ମନ୍ଦାର ଫୁଲ ପାଖୁଡା ମିଶାନ୍ତୁ ।ପ୍ରାୟ ପାଞ୍ଚରୁ ଦଶ ମିନିଟ୍ ପରେ, ମନ୍ଦାର ଫୁଲ ପାଖୁଡ଼ାର ଏହି ପାଣିକୁ ଛାଣି ଦିଅନ୍ତୁ । ମନ୍ଦାର ଫୁଲର ଚା’ରେ ମିଠା ମିଶାଇବା ପାଇଁ, ଆପଣ ଏଥିରେ ମହୁ ମିଶାଇ ପାରିବେ । ଏପରି ଭାବେ ଏହି ଚା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    47 %
    0.5kmh
    6 %
    Tue
    34 °
    Wed
    36 °
    Thu
    36 °
    Fri
    34 °
    Sat
    34 °

    ସମ୍ବନ୍ଧିତ