Saturday, October 10, 2026
27.9 C
Odisha

    ଜାଣନ୍ତୁ ମୁଣ୍ଡ ବିନ୍ଧା ପାଇଁ ଘରୋଇ ଉପଚାର

    ଆଗକୁ ପଢନ୍ତୁ

    ମୁଣ୍ଡ ବିନ୍ଧା କେବଳ ବଡ଼ ମାନଙ୍କୁ ନୁହଁ ଛୋଟ ଛୋଟ ଶିଶୁ ମାନଙ୍କୁ ମଧ୍ୟ ହୋଇଥାଏ। ମୁଣ୍ଡ ବିନ୍ଧା ହେବା ଯୋଗୁଁ ଅନ୍ୟ କୌଣସି କାମରେ ମନ ଲାଗିନଥାଏ। ଏଥିରୁ ତୁରନ୍ତ ରକ୍ଷା ପାଇବା ବିଭିନ୍ନ ପ୍ରକାରର ଔଷଧ ଖାଇଥାଉ । କିନ୍ତୁ ବାସ୍ତବରେ ଏହି ଔଷଧ ଗୁଡ଼ିକ ଶରୀର ପାଇଁ ହାନିକାରକ ହୋଇଥାଏ। ଏଣୁ ଏଥିପାଇଁ କିଛି ସରଳ ଏବଂ ସହଜ ଘରୋଇ ଉପଚାର ରହିଛି। ଯାହା ଦ୍ବାରା ମାତ୍ର ୫ ମିନିଟ ମଧ୍ୟରେ ମୁଣ୍ଡବିନ୍ଧାରୁ ରକ୍ଷା ମିଳିବ। ଏଥି ସହ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ରହିନଥାଏ।

    ଅଦା ମୁଣ୍ଡ ବିନ୍ଧା ପାଇଁ ରାମବାଣ ଭଳି କାମ କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଏହାକୁ ଛୋଟଛୋଟ କାଟି ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣିରୁ ବାହାରୁଥିବା ବାଷ୍ପକୁ ନିଶ୍ବାସ ଯୋଗେ ଗ୍ରହଣ କରନ୍ତୁ। ଦେଖିବେ ବହୁ କମ ସମୟ ମଧ୍ୟରେ ଆପଣଙ୍କ ମୁଣ୍ଡ ବିନ୍ଧା ବନ୍ଦ ହୋଇଯିବ।

    ମୁଣ୍ଡ ବିନ୍ଧା ଖାସ କରି ମୁଣ୍ଡରେ ଖରା ପସିଲେ ବା ଖାଦ୍ୟପେୟର ଅନିୟମିତତା ପାଇଁ ହୋଇଥାଏ। ଏଥିପାଇଁ ଅଦା ରସ ସହ ସମାନ ମାତ୍ରାର ଲେମ୍ବୁ ରସ ମିଶାଇ ପିଅନ୍ତୁ। ମୁଣ୍ଡ ବିନ୍ଧା ତୁରନ୍ତ କମ ହୋଇଯିବ।

    ସାଧାରଣ ମୁଣ୍ଡ ବିନ୍ଧା ବା ମାଇଗ୍ରେନ୍ ହୋଇଥିଲେ ଆଇସ୍ ପ୍ୟାକ୍ ଲାଗାଇବା ଲାଭଦାୟକ। ଏହି ସମୟରେ ଆଇସ୍ ପ୍ୟାକକୁ ବେକର ପଛ ପାଖରେ ରଖିବା ଦ୍ବାରା ଆରାମ ମିଳିଥାଏ।

    ଲବଙ୍ଗକୁ ଗୁଣ୍ଡ କରି ଏକ କପଡ଼ାରେ ବାନ୍ଧି ଦିଅନ୍ତୁ। ଏହାକୁ ସମୟ ବ୍ୟବଧାନରେ ଶୁଘନ୍ତୁ। ଦେଖିବେ କିଛି ସମୟ ମଧ୍ୟରେ ମୁଣ୍ଡ ବିନ୍ଧା ଏକଦମ୍ କମ ହୋଇଯିବ।

    ମୁଣ୍ଡ ବିନ୍ଧାକୁ ୫ ମିନିଟରେ କମ କରିଥାଏ ପୋଦିନା ପତ୍ର। ଏହାର ରସକୁ ପାଣିରେ ମିଶାଇ ପିଇବା ଦ୍ବାରା ମୁଣ୍ଡ ବିନ୍ଧା କମ ହେବା ସହ ଶରୀରକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ