Friday, October 2, 2026
30.6 C
Odisha

    ଜାଣନ୍ତୁ ମେଥି ଶାଗ ଓ ମେଥିର ଚମତ୍କାରୀ ଫାଇଦା

    ଆଗକୁ ପଢନ୍ତୁ

    ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଶାଗ ଖାଇଲେ ନାନା ରୋଗ ଦୂର ହୋଇଥାଏ। ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭରି ରହିଥାଏ । ମେଥି ଶାଗରେ ପୋଟାସିୟମ, କ୍ୟାଲସିୟମ, ଲୌହ, ସେଲେନିୟମ, ମାଙ୍ଗାନିଜ, ପ୍ରୋଟିନ୍‌, ଫାଇବର୍‌, ଭିଟାମିନ୍ ସି’, ନିୟାସିନ୍‌, ଆଇରନ୍‌, ଫଲିକ୍ ଏସିଡ୍‌, ମ୍ୟାଗ୍ନେସିୟମ, କପର୍ ପ୍ରଚୁର ପରିମାଣରେ ରହିଛି । ଏସବୁ ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ନିହାତି ଜରୁରୀ । ଉଚ୍ଚ ରକ୍ତଚାପ, ଡାଇବେଟିସ୍ ରୋଗୀ ଏହି ଶାଗ ଖାଇଲେ ବହୁ ଉପକାର ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି । ମେଥି ଶାଗ ଖାଇଲେ କୋଲେଷ୍ଟରଲ୍ ମାତ୍ରା କମ୍ ହୋଇଥାଏ । ଏହି କାରଣରୁ ହୃତ୍‌ପିଣ୍ଡ ଜନିତ ରୋଗ ଆଶଙ୍କା ମଧ୍ୟ କମ୍ ହୋଇଥାଏ । ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ମେଥିଶାଗ ଖାଦ୍ୟରେ ସାମିଲ କରିବା ଜରୁରୀ ।

    ମେଥି ପେଟ ପାଇଁ ବହୁତ ଭଲ। ଯଦି ପେଟ ଠିକ୍ ଥାଏ ତେବେ ଶରୀର ମଧ୍ୟ ସୁସ୍ଥ ରହେ । ଏଥିସହ ସୁନ୍ଦର ଏବଂ ଗ୍ଲୋଇଙ୍ଗ ତ୍ଵଚା ପାଇଁ ମଧ୍ୟ ବରଦାନ ମେଥି ଶାଗ ।

    ମେଥି ଦାନା ବ୍ୟବହାର ଉଚ୍ଚ ରକ୍ତଚାପ, ମଧୁମେହ, ବଦହଜମୀ ଇତ୍ୟାଦି ରୋଗପାଇଁ ଲାଭଦାୟକ।

    ମେଥି ଶାଗକୁ ଅଦା ଏବଂ ଗରମ ମସଲା ସହିତ ଖାଇବା ଦ୍ଵାରା ନିମ୍ନ ରକ୍ତଚାପ ଏବଂ କୋଷ୍ଠକାଠିନ୍ୟର ସମାଧାନ ହୋଇଥାଏ ।

    ସକାଳେ ଏବଂ ସନ୍ଧ୍ୟାରେ ମେଥି ରସ ପିଇବା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ।

    ମେଥିରେ ଥିବା ପାଚନକାରୀ ଏଞ୍ଜାଇମ୍‌ଗୁଡ଼ିକ ଅଗ୍ନାଶୟକୁ ଅଧିକ ସକ୍ରିୟ କରିଥାଏ, ଯାହା ହଜମ ପ୍ରକ୍ରିୟାକୁ ବହୁତ ସହଜ କରିଥାଏ।

    ମେଥି ଶାଗ ରକ୍ତରେ ଶର୍କରା ହ୍ରାସ କରେ, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

    ମଧୁମେହକୁ ଦୂରରେ ରଖିବା ପାଇଁ ପ୍ରତିଦିନ ଏକ ଚାମଚ ମେଥି ଦାନା ପାଉଡର ପାଣି ସହିତ ସେବନ କରନ୍ତୁ।

    ମେଥି ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ । ମେଥି ହେଉ କି ଶାଗ, ଉଭୟ ଗଣ୍ଠି ଯନ୍ତ୍ରଣା ପାଇଁ ସମାନ ଭାବରେ ଲାଭଦାୟକ।

    ମେଥି ଶାଗ ଆପଣଙ୍କ କେଶ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ପତ୍ରଗୁଡ଼ିକୁ ପେଷି କେଶରେ ଲଗାଇବା ଦ୍ୱାରା ଏହା କଳା, ଘନ ଏବଂ ଚମକଦାର ହୋଇପାରିବ। ଏହା କେଶ ଝଡ଼ିବାକୁ ମଧ୍ୟ ରୋକିବାରେ ସାହାଯ୍ୟ କରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ