Saturday, January 3, 2026
20.9 C
Odisha

    ଜାଣନ୍ତୁ ଶୀତଦିନେ ମସରୁମ୍‌ର ସ୍ୱାସ୍ଥ୍ୟକାରୀ ଉପକାରିତା,

    ଆଗକୁ ପଢନ୍ତୁ

    ମସରୁମ୍‌ ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ । ଏଥିରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି । ମସରୁମ୍‌ରେ ଥିବା ଗୁଣ ମଧୁମେହ, କୋଲେଷ୍ଟ୍ରଲ, ବ୍ଲଡ ପ୍ରେସର ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ ।  ମସରୁମ୍‌ ବା ଛତୁ ଏକ ଏପରି ଶାକାହାରୀ ଖାଦ୍ୟ ଯାହା ସ୍ବାଦିଷ୍ଟ ହେବା ସହ ଆମ ଶରୀର ପାଇଁ ଫଳପ୍ରଦ ହୋଇଥାଏ । ତେବେ ଆମିଷ ଖାଉନଥିବା ଲୋକମାନେ ଏହା ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ବିଶେଷ କରି ଶୀତ ଦିନେ ମସରୁମ୍ ଖାଇବା ଆମ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ । ତେଣୁ ଶୀତଦିନେ ମସରୁମକୁ ନିଜ ଡାଏଟ ଲିଷ୍ଟରେ ସାମିଲ କରନ୍ତୁ । ଯାହା ଆପଣଙ୍କୁ ଅନେକ ଫାଇଦା ଦେବ । ଶୀତଦିନେ ମସରୁମ୍‌ ଖାଇବା ଦ୍ୱାରା ଆପଣଙ୍କୁ କେଉଁ ସ୍ୱାସ୍ଥ୍ୟ ଉପକାର ମିଳିବ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

    ସମରୁମ୍‌ରେ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ :
    ପ୍ରୋଟିନ୍, ଭିଟାମିନ୍ A, B, C, D, ସେଲେନିୟମ୍, ଜିଙ୍କ, ଫାଇବର, ଆମିନୋ ଏସିଡ୍ ପରି ପୁଷ୍ଟିକର ଖାଦ୍ୟ ମସରୁମ୍‌ରେ ପ୍ରଚୁର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-କ୍ୟାନ୍ସର, ଆଣ୍ଟିମାଇକ୍ରୋବାୟଲ୍, ଆଣ୍ଟିଡିଏବେଟିକ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ମଧ୍ୟ ମିଳିଥାଏ ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ ।

    ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ :
    ଶୀତଦିନେ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ହୋଇଯାଏ । ତେଣୁ ଏହାକୁ ବଢାଇବାକୁ ହେଲେ ଆପଣଙ୍କୁ ଖାଦ୍ୟରେ ମସରୁମ୍‌ ସାମିଲ କରିବା ନିହାତି ଜରୁରୀ । ଭିଟାମିନ୍ A, B, C, ବ୍ୟତୀତ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମସରୁମ୍‌ରେ ମିଳିଥାଏ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

    ହାର୍ଟକୁ ଭଲ ରଖିଥାଏ :
    ମସରୁମ୍‌ରେ ଫାଇବର, ପୋଟାସିୟମ୍, ଭିଟାମିନ୍ C ମିଳିଥାଏ ଯାହା ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ବିଟ୍ ଗ୍ଲୁଟେନ୍ ନାମକ ଏକ ତତ୍ତ୍ୱ ଏଥିରେ ମିଳିଥାଏ ଯାହା କୋଲେଷ୍ଟ୍ରୋଲ୍ କମ୍‌ କରିବାରେ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ଆପଣଙ୍କ ହାର୍ଟ ସୁସ୍ଥ ରହିଥାଏ ।

    ହାଡକୁ ମଜ୍‌ବୁତ କରିଥାଏ :
    ଯଦି ଆପଣଙ୍କର ଗଣ୍ଠିରେ ବହୁତ ଯନ୍ତ୍ରଣା ହେଉଛି କିମ୍ବା ଯଦି ଆପଣଙ୍କର ହାଡରେ ବହୁତ କଷ୍ଟ ହୁଏ । ତେବେ ଆପଣଙ୍କୁ ମସରୁମ୍‌ ଖାଇବା ଆବଶ୍ୟକ । ମସରୁମ୍‌ରେ କ୍ୟାଲସିୟମ୍ ଏବଂ ଭିଟାମିନ୍ D ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଆପଣଙ୍କର ହାଡକୁ ମଜ୍‌ବୁତ କରିବାରେ ସାହାଯ୍ୟ କରେ ।

    ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ :
    ସୂଚନା ମୁତାବକ, ମସରୁମ୍‌ରେ ଆଣ୍ଟିଡିଏବେଟିକ୍ ଗୁଣ ମିଳିଥାଏ ଯାହା ଆପଣଙ୍କ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

    ଓଜନ କମ୍‌ କରିବାରେ ସାହାର୍ଯ୍ୟ କରେ :
    ମସରୁମ୍‌ରେ ଫାଇବର ବ୍ୟତୀତ ପଲିସାକାରାଇଡ୍, ପଲିଫେନୋଲ୍, ଫ୍ଲାଭୋନାଏଡ୍ ପରି ଅନେକ ଜିନିଷ ମିଳିଥାଏ । ଯାହା ଓଜନ କମ୍‌ କରିବା ସହିତ ଆପଣଙ୍କ ହାର୍ଟକୁ ମଧ୍ୟ ଠିକ୍‌ ରଖେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.9 ° C
    20.9 °
    20.9 °
    44 %
    0.6kmh
    12 %
    Sat
    28 °
    Sun
    28 °
    Mon
    28 °
    Tue
    27 °
    Wed
    28 °

    ସମ୍ବନ୍ଧିତ