Friday, October 2, 2026
22.9 C
Odisha

    ଜାଣନ୍ତୁ ସୂର୍ଯ୍ୟ ନମସ୍କାର କରିବାରଚମତ୍କାରୀ ଲାଭ

    ଆଗକୁ ପଢନ୍ତୁ

    ଶରୀରର ଓଜନ ବୃଦ୍ଧି ବା ମେଦ ବହୁଳତା ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଥିପାଇଁ ମଣିଷ ସବୁବେଳେ ଚିନ୍ତାରେ ରହିଥାଏ। ତେଣୁ ମଣିଷ ସୁସ୍ଥ ବା ଫିଟ୍ ରହିବାକୁ ନାନା ପ୍ରକାର ଚେଷ୍ଟା କରିଥାଏ। ବ୍ୟାୟାମ କସରତଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଔଷଧ ଏବଂ ଘରୋଇ ଉପଚାରର ସହାୟତା ନେଇଥାଏ। ତଥାପି ଏସବୁ ସବୁବେଳେ କାମ ଦିଏନାହିଁ। ଅନେକ ବ୍ୟକ୍ତି ଓଜନ ହ୍ରାସ ପାଇଁ ବିଭିନ୍ନ ପ୍ରକାର ଯୋଗ ଏବଂ ପ୍ରାଣାୟମ କରନ୍ତି। ଏହା ସୁଫଳ ମଧ୍ୟ ଦେଇଥାଏ। ତେବେ ଓଜନ ହ୍ରାସ ପାଇଁ ସବୁଠୁ ଉତ୍ତମ ଯୋଗ ହେଉଛି ସୂର୍ଯ୍ୟ ନମସ୍କାର।

    ସୂର୍ଯ୍ୟ ନମସ୍କାର ଯୋଗର ଏକ ଅଭିନ୍ନ ଅଂଶ। ଏହାକୁ ଶରୀର ପାଇଁ ସମ୍ପୂର୍ଣ୍ଣ ବ୍ୟାୟାମ ବୋଲି କୁହାଯାଏ। ମୁଣ୍ଡଠାରୁ ଆରମ୍ଭ କରି ଗୋଡ଼ ପର୍ଯ୍ୟନ୍ତ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଏହି ଯୋଗ ଦ୍ଵାରା ଅଧିକ କ୍ରିୟାଶୀଳ ହୋଇଥାଏ। ସୂର୍ଯ୍ୟ ନମସ୍କାରରେ ୧୨ଟି ସେଟ୍‌ ରହିଛି, ଯାହା ଶରୀରର ଭିନ୍ନ ଭିନ୍ନ ଅଙ୍ଗ ଉପରେ କାମ କରିଥାଏ। ତେଣୁ ଏହି ଯୋଗ କରିବା ଦ୍ଵାରା ଶରୀର ପାଇଁ ଅନ୍ୟ କୌଣସି ବ୍ୟାୟାମର ଆବଶ୍ୟକତା ପଡ଼ି ନ ଥାଏ।

    ସୂର୍ଯ୍ୟ ନମସ୍କାର କରିବାର ଲାଭ : କିଛି ଯୋଗଗୁରୁଙ୍କ ମତ ଅନୁସାରେ, ସୂର୍ଯ୍ୟ ନମସ୍କାର କରିବାର ଅନେକ ଫାଇଦା ରହିଛି। ସେଥିରୁ ଗୋଟିଏ ବଡ଼ ଫାଇଦା ହେଉଛି ରକ୍ତ ପରିଷ୍କାର ହେବା। ସମ୍ପୂର୍ଣ୍ଣ ଶରୀରରେ ରକ୍ତ ପ୍ରବାହରେ ସୁଧାର ଆସିଥାଏ।

    ଏହା ବ୍ୟତୀତ ପେଟ ଏବଂ ଅନ୍ତଃନଳୀର କ୍ରିୟାଶୀଳତାକୁ ମଜଭୁତ କରିଥାଏ। ନିୟମିତ ସୂର୍ଯ୍ୟ ନମସ୍କାର କରିବା ଦ୍ଵାରା ଶରୀରର ବାତ, ପତ୍ତ ଏବଂ କଫ ନିୟନ୍ତ୍ରଣାଧୀନ ରହିଥାଏ।

    ଓଜନ ହ୍ରାସ ପାଇଥାଏ। ପ୍ରତି ସେଟରେ ୧୨ଟି ନମସ୍କାର ଥାଏ। ଗୋଟିଏ ସେଟ୍ ସୂର୍ଯ୍ୟ ନମସ୍କାର କଲେ ୧୪ରୁ ୧୭ କ୍ୟାଲୋରି ଫ୍ୟାଟ୍‌ ବର୍ଣ୍ଣ ହୋଇଥାଏ।

    ଏହା ଏକ ଯୋଗ ଆଧାରିତ ବ୍ୟାୟାମ ଅଟେ। ଏହା କରିବା ଦ୍ଵାରା ମନ ଶାନ୍ତ ରହିଥାଏ। ମନକୁ ସକାରାତ୍ମକ କରା ଏବଂ ଚାପ ଓ ନକାରାତ୍ମକ ଚିନ୍ତାଧାରାକୁ ମୂଳରୁ ଶେଷ କରିଦିଏ।

    କେଉଁ ସମୟରେ କରିବେ : ସୂର୍ଯ୍ୟ ନମସ୍କାର ସୂର୍ଯ୍ୟ ଉଦୟ ସମୟରେ କରିବା ଉଚିତ। ଏହା ସବୁଠୁ ଭଲ ସମୟ ବୋଲି କୁହାଯାଏ। ଉଦୟ ସମୟରେ ସୂର୍ଯ୍ୟଙ୍କୁ ନମସ୍କାର କରିବା ଦ୍ଵାରା ସୌଭାଗ୍ୟ ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ