Friday, October 2, 2026
22.2 C
Odisha

    ଜାନୁଆରୀ ପହିଲାରୁ ଚାଷୀଙ୍କୁ ମିଳିବ ୨ ଲକ୍ଷର ବନ୍ଧକମୁକ୍ତ ଋଣ

    ଆଗକୁ ପଢନ୍ତୁ

    ମୁମ୍ବାଇ :ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବନ୍ଧକମୁକ୍ତ କୃଷିଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ୨୦୨୫ ଜାନୁଆରୀ ୧ରୁ ଏହା ଲାଗୁ ହେବ। କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ବଢ଼ୁଥିବାରୁ ଛୋଟ ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆର୍‌ବିଆଇ ଏହି ଘୋଷଣା କରିଛି। ପ୍ରତି ଋଣୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ କୃଷି ଓ କୃଷି ସମ୍ବନ୍ଧୀୟ ଋଣ ଦେବାକୁ ଆର୍‌ବିଆଇ ଦେଶର ସମସ୍ତ ବ୍ୟାଙ୍କକୁ ନିର୍ଦେଶ ଦେଇଛି। ପୂର୍ବରୁ ଏହା ୧.୬ ଲକ୍ଷ ଟଙ୍କା ଥିଲା। ଚାଷରେ ବଢ଼ୁଥିବା ଉତ୍ପାଦନ ଖର୍ଚ୍ଚ ଓ ଚାଷୀଙ୍କ ପାଇଁ ଋଣ ଉପଲବ୍ଧତାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୃଷି ମନ୍ତ୍ରଣାଳୟ କହିଛି। ଏହି ପଦକ୍ଷେପ ଫଳରେ ଦେଶର ୮୬ ପ୍ରତିଶତ ଛୋଟ ଓ ନାମମାତ୍ର ଚାଷୀ ଉପକୃତ ହେବେ। ଏଥିସହ ନିର୍ଦେଶାବଳୀକୁ ଶୀଘ୍ର କାର୍ଯ୍ୟକାରୀ କରିବା ଏବଂ ନୂତନ ଋଣ ବ୍ୟବସ୍ଥା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦେଶ ଦିଆଯାଇଛି।ଏହି ପଦକ୍ଷେପ କିଷାନ କ୍ରେଡିଟ କାର୍ଡ (କେସିସି)ଋଣ ନେବା ସହଜ କରିବା ସହ ସରକାରଙ୍କ ସଂଶୋଧିତ ସୁଧ ସହାୟତା ଯୋଜନାକୁ ସୁଗମ କରିବ, ଯାହା ୪ ପ୍ରତିଶତ ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନ କରିଥାଏ। ଏହି ପଦକ୍ଷେପ ଉତ୍ପାଦନ ଖର୍ଚ୍ଚରେ ଦେଖାଦେଉଥିବା ମୁଦ୍ରାସ୍ଫୀତି ଚାପକୁ କମ୍‌ କରିବା ସହ କୃଷକଙ୍କ ଆର୍ଥିକ ବିକାଶ କରାଇବାରେ ସହାୟକ ହେବ ବୋଲି କୃଷି ବିଶେଷଜ୍ଞ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ