Friday, August 28, 2026
29.8 C
Odisha

    ଜାନୁୟାରୀ ୧୧ରେ ୱାଓସୋର ଚତୁର୍ଥ ପ୍ରତିଷ୍ଠା ଦିବସ, ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତା ଜାନୁୟାରୀ ୧୧ ତାରିଖ ଶନିବାର ଦିନ ପାଞ୍ଚଟା ସମୟଠାରୁ ଭୁବନେଶ୍ବର ସ୍ଥିତ ମେ ଫେୟାର କନଭେନସନର ସେଣ୍ଟ୍ରାଲ ହଲଠାରେ ହାଇବ୍ରିଡ ଢଙ୍ଗରେ ୱାଓସୋର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି। ଏହି ସମାରୋହକୁ ପ୍ରବାସୀ ଓଡ଼ିଆ ଦିବସ ନାମରେ ନାମିତ କରାଯାଇଛି। ଏହି ଅବସରରେ ‘ଉତ୍କଳ ଉତ୍ସବ’ ନାମରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହେବାକୁ ଯାଉଛି। ମହୋତ୍ସବର ଅନ୍ୟତମ ଆକର୍ଷଣ ଭାବରେ ‘ରାଇଜିଂ ଓଡ଼ିଶା ସମିଟ’ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ଏହି ମସ୍ତିଷ୍କ ମନ୍ଥନ ଅଧିବେଶନ ଅବସରରେ ‘ଓଡ଼ିଶା : ଇନଭେଷ୍ଟରସ ପାରାଡାଇଜ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବାକୁ ଯାଉଛି। ପ୍ରବାସୀ ଓଡ଼ିଆ ଦିବସରେ ଶତାଧିକ ୱାଓସୋର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ, ବିଶିଷ୍ଟ ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶା ପ୍ରେମୀ ଜନସାଧାରଣ ଉଭୟ ବାସ୍ତବିକ ଓ ଆଭାସୀ ଢଙ୍ଗରେ ଯୋଗ ଦେବାକୁ ଯାଉଛନ୍ତି। ପ୍ରବାସୀ ଓଡ଼ିଆଙ୍କର ଏହି ମହାକୁମ୍ଭରେ ଓଡ଼ିଶାର ମାନ, ସମ୍ମାନ ଓ ସମୃଦ୍ଧି ବର୍ଦ୍ଧନ ପାଇଁ ବିଶେଷ ଯୋଗଦାନ ଦେଇଥିବା ବିଶିଷ୍ଟ ଓଡ଼ିଆମାନଙ୍କୁ ‘ପ୍ରଥମ ପ୍ରବାସୀ ଓଡ଼ିଆ ସମ୍ମାନ’ ଏବଂ ରତ୍ନଶ୍ରୀ ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ଏକ ସ୍ମରଣୀକା ମଧ୍ଯ ଉନ୍ମୋଚନ କରାଯିବ।

    ପ୍ରବାସୀ ଓଡ଼ିଆ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଏହି ମହାପର୍ବରେ ଉଦଘାଟକ ଭାବରେ ସାମିଲ ହେବେ। ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ଯବକ୍ତାର ଭୂମିକା ନିର୍ବାହ କରିବେ। ଛତିଶଗଡ଼ର ଏକମାତ୍ର ଓଡ଼ିଆ ବିଧାୟକ, ୩୫ ଲକ୍ଷ ଛତିଶଗଡ଼ ନିବାସୀ ଓଡ଼ିଆଙ୍କୁ ନେଇ ଗଠିତ ବୃହତ୍ ଓଡ଼ିଆ ସମାଜର ସଭାପତି ଏବଂ ରାୟପୁର ଠାରେ ଛତିଶଗଡ଼ ରାଜ୍ଯର ସର୍ବୋଚ୍ଚ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ରଙ୍କୁ ପ୍ରଥମ ‘ପ୍ରବାସୀ ଓଡ଼ିଆ ସମ୍ମାନ’ରେ ଭୂଷିତ କରାଯିବା ପାଇଁ ମନୋନୟନ କରାଯାଇଛି।
     ରାଇଜିଂ ଓଡ଼ିଶା ସମିଟରେ ପ୍ୟାନାଲିଷ୍ଟ ଭାବରେ ତପନ ଚାନ୍ଦ, କୁଳମଣି ବିଶ୍ଵାଳ ଏବଂ ସୌଭାଗ୍ୟ ମହାପାତ୍ର ପ୍ରମୁଖ ଯୋଗ ଦେବେ। ବିଶିଷ୍ଟ ଉଦ୍ୟୋଗପତି ବ୍ରହ୍ମା ମିଶ୍ରଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ଏହି ସମିଟକୁ ନୂଆଦିଲ୍ଲୀର ଚାଟାର୍ଡ ଏକାଉଣ୍ଟାଣ୍ଟ୍ ସୁଧୀର ଦାଶ ପରିଚାଳନା କରିବେ। ରାଜ୍ଯର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଇଜିଂ ଓଡ଼ିଶା ସମିତଟକୁ ଉଦଘାଟନ କରିବାକୁ ଥିବା ବେଳେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ, ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଓ ପ୍ରସାଦ ହରିଚନ୍ଦନ ସମ୍ମାନିତ ଅତିଥି ଭାବରେ ଯୋଗ ଦେବେ। ପ୍ରବାସୀ ଓଡ଼ିଆ ଦିବସର ‘ଉତ୍କଳ ଉତ୍ସବ’ ଶୀର୍ଷକ ଉଦଯାପନୀ ସମାରୋହକୁ ଭାରତୀୟ ଜନତା ପାର୍ଟିର ସଭାପତି ମନମୋହନ ସାମଲ ଉଦଘାଟନ କରିବେ। ରାଜ୍ୟରେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ପ୍ରଖ୍ୟାତ ମର୍ଦ୍ଦଳ ଗୁରୁ ଧନେଶ୍ଵର ସ୍ଵାଇଁ ଓ ସାଥୀ, ଓଡ଼ିଶାର ନାଇଟଏଙ୍ଗଲ ଅନିନ୍ଦିତା ଦାସ ଏବଂ ଶିଳ୍ପିକା ନୃତ୍ୟ ଟ୍ରୁପ ସେମାନଙ୍କର ଜାଦୁଗରୀ କଳା ଚାତୁର୍ଯ୍ୟରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବେ ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    70 %
    4.6kmh
    91 %
    Fri
    29 °
    Sat
    30 °
    Sun
    27 °
    Mon
    27 °
    Tue
    23 °

    ସମ୍ବନ୍ଧିତ