Monday, March 23, 2026
29.4 C
Odisha

    ଜାନୁୟାରୀ ୮ରେ ଆସିଥିଲେ, ଜାନୁୟାରୀ ୨୮ରେ ପୁଣି ଆସିଲେ… ମାସକରେ କାହିଁକି ୨ ଥର ଓଡିଶା ଆସିଲେଣି ମୋଦି ? ଗସ୍ତ ପଛର ଗୁମର କଣ…?

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମାସକରେ ଦୁଇ ଦୁଇ ଥର ଓଡିଶା ଆସିଲେଣି ମୋଦି । ନୂଆବର୍ଷ ୨୦୨୫ର ପ୍ରଥମ ମାସରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶାକୁ ଲଗାତାର ୨ୟ ଥର ପାଇଁ ଗସ୍ତ ଆସିଛନ୍ତି । ପ୍ରଥମେ ଜାନୁୟାରୀ ୮ ଓ ପରେ ଜାନୁୟାରୀ ୨୮ ଅର୍ଥାତ ଆଜି, ତାରିଖ ଭିତରେ ବ୍ୟବଧାନ ଦେଖିଲେ ମାତ୍ର ୨୦ ଦିନ । ନେତାଙ୍କ ପାଇଁ ରାଜ୍ୟ ଗସ୍ତ କିଛି ନୂଆ କଥା ନୁହେଁ ମାତ୍ର ଦେଶର ଖୋଦ୍ ପ୍ରଧାନମନ୍ତ୍ରୀ ଗୋଟିଏ ରାଜ୍ୟକୁ ଗୋଟିଏ ମାସରେ ମାତ୍ର ୨୦ ଦିନ ଭିତରେ ଦୁଇ ଦୁଇ ଥର ଗସ୍ତ କରିବା ଭିନ୍ନ ଏକ ସଙ୍କେତ ଦେଉଛି । ରାଜ୍ୟର ପ୍ରଗତି ଏବଂ ବିକାଶ ପାଇଁ ଏହା ଅନୁକୂଳ ସଂକେତ ଦେଉଥିବା ବେଳେ ରାଜ୍ୟ ରାଜନୀତି ପାଇଁ ମଧ୍ୟ ଏହା ଏକ ଅଦୃଶ୍ୟ ବ୍ରହ୍ମାସ୍ତ୍ର ବୋଲି ରାଜନୈତିକ ସମୀକ୍ଷକମାନେ ଗଣନା କରୁଛନ୍ତି ।

    ତେବେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବାକୁ ଜାନୁୟାରୀ ୮ ତାରିଖରେ ଓଡିଶା ଆସିଥିଲେ ପ୍ରଧାନମନ୍ତ୍ରୀ । ସମ୍ମିଳନୀର ୨ୟ ଦିବସରେ ସାମିଲ ହୋଇ ସାରା ବିଶ୍ବରେ ବସବାସ କରୁଥିବା ପ୍ରବାସୀଙ୍କ ଆଗରେ ଓଡିଶାର ଗୌରବ ଗାନ କରିଥିଲେ । ସାରା ବିଶ୍ବର ନଜର ଯେତେବେଳେ ଓଡିଶା ଉପରେ ଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଓଡିଶାର ଛାତି ଉପରେ ଛିଡା ହୋଇ ପ୍ରତି ପ୍ରବାସୀଙ୍କ ହୃଦୟରେ ଭାରତ ପାଇଁ ସ୍ପନ୍ଦନ ଥିବା କହିଥିଲେ ।

    ଆଉ ଆଜି ପ୍ରଥମ ଗସ୍ତର ଠିକ୍ ୨୦ ଦିନରେ ପୁନଶ୍ଚ ଆସି ଓଡିଶା ଏବଂ ଓଡିଶା ସରକାରଙ୍କ ପଦେକ୍ଷପକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ଉତ୍କର୍ଷ ଓଡିଶା କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା । ସଶକ୍ତ ଓ ସମୃଦ୍ଧ ହେବ ଓଡ଼ିଶା । ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ଓଡ଼ିଶା ଖୁବ୍ ଶୀଘ୍ର ସେଭଳି ଶୀର୍ଷରେ ପହଞ୍ଚିବ, ଯାହାର କେହି କଳ୍ପନା କରିନାହାନ୍ତି।

    ତେବେ ରାଜ୍ୟରେ ୨୪ ବର୍ଷର ବିଜେଡି ସରକାରର ପତନ ପରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢିଛି । ଆଉ ଓଡିଶାରେ ବିଜେପି ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଆସିବା ଯିବା ବି ବଢିଛି । ମୋହନ ସରକାରଙ୍କ ଶପଥ ସମାରୋହ, ସୁଭଦ୍ରା ଯୋଜନାର ଶୁଭାରମ୍ଭ, ପ୍ରବାସୀ ଭାରତୀୟ ଦିବସ ପରେ ଏବେ ଉତ୍କର୍ଷ ଓଡିଶା କନକ୍ଲେଭ । ମାସକରେ ଲଗାତାର ୨ୟ ଥର ପାଇଁ ମୋଦିଙ୍କ ଗସ୍ତ ଅନେକ ସକରାତ୍ମକ ସଂକେତ ଦେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ