Monday, October 19, 2026
21.9 C
Odisha

    ଜାପାନର ନିହୋନ୍ ହିଡାନକିଓ ସଂଗଠନକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

    ଆଗକୁ ପଢନ୍ତୁ

    ଜାପାନର ସଂଗଠନ ନିହୋନ୍ ହିଡାନକିୟୋ ୨୦୨୪ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଜିତିଛି। ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ବୋମା ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଦେଖାଶୁଣା ସୁନିଶ୍ଚିତ କରେ। ପରମାଣୁ ଅସ୍ତ୍ର ଆଉ ଯେମିତି ବ୍ୟବହାର ନହୁଏ ସେ ଦିଗରେ ଏହି ଜାପାନୀ ସଂଗଠନ କାର୍ଯ୍ୟ କରିବା ଜାରି ରଖିଛି। ୧୯୫୬ ମସିହାରେ ନିହୋନ୍ ହିଡାନକିୟୋ ଗଠନ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି ପରମାଣୁ ଅସ୍ତ୍ର ଦ୍ୱାରା ହୋଇଥିବା କ୍ଷତି ବିଷୟରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା। ପରମାଣୁ ଅସ୍ତ୍ର ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ନୋବେଲ କମିଟି ନିହୋନ୍ ହିଡାନକିୟୋକୁ ପ୍ରଶଂସା କରି ପୁରସ୍କାର ଦେବାକୁ ଘୋଷଣା କରିଥିବା ଜଣାଯାଇଛି। ଆସନ୍ତା ବର୍ଷ ହିରୋସିମା ଏବଂ ନାଗାସାକି ଉପରେ ହୋଇଥିବା ପରମାଣୁ ବୋମା ଆକ୍ରମଣକୁ ୮୦ବର୍ଷ ପୂରଣ ହେବ, ଯେଉଁଥିରେ ପ୍ରାୟ ୧ଲକ୍ଷ ୨୦ହଜାର ଲୋକ ମୃତ୍ୟୁ ବରଣ କରିଥିଲେ। ପରବର୍ତ୍ତୀ ବର୍ଷଗୁଡିକରେ, ଆଘାତ ଏବଂ ବିକିରଣର ସଂସ୍ପର୍ଶରେ ଆସି ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ